ଆଜି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ

add-all

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାର ଲାଗିଛି। ଆଜି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଟିଟିଲାଗଡ ସହର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଏହି ସହରରେ ଆଜି ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରିରେ ୪୧ ଡିଗ୍ରୀ ତାପମାତ୍ରା ରହିଛି।

ସେହିଭଳି ଅନୁଗୁଳରେ ଆଜିର ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ ବୌଦ୍ଧ ଏବଂ ବାରିପଦାର ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୩୭.୬ ଡିଗ୍ରୀ ସେଲସିୟସ ରହିଛି ଏବଂ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.