୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ଆରମ୍ଭ ହେଲା କୋଭିଡ୍ ଟେଷ୍ଟ

add-all

ଭୁବନେଶ୍ଵର: କରୋନା କଟକଣା ମଧ୍ୟରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ କୋଭିଡ୍ ଟେଷ୍ଟ କରିଛନ୍ତି। ତେବେ ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ୍ କରି ରିପୋର୍ଟ ଦେଇପାରିବେ।

ଏଥିପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ବୋଲି ବାଚସ୍ପତି କହିଛନ୍ତି। ବାଚସ୍ପତି ପୁଣି କହିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବ। ଏହାପରେ ୩୦ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ad-week
Leave A Reply

Your email address will not be published.