ଯୁଦ୍ଧକୁ ବିରୋଧକରି ପୁତିନଙ୍କ ପରାମର୍ଶଦାତା ଚାକିରି ଛାଡ଼ିଲେ ଓ ଦେଶ ଛାଡ଼ିଲେ

add-all

ନୂଆଦିଲ୍ଲୀ:ଯୁଦ୍ଧରେ ୟୁକ୍ରେନର ନୀରିହ ଲୋକମାନେ ପୋକ ମାଛି ପରି ମରୁଛନ୍ତି। ଯୁଦ୍ଧଗ୍ରସ୍ତ ଲୋକଙ୍କ ଯନ୍ତ୍ରଣା ଓ ଦୁର୍ଦ୍ଦଶା ସମଗ୍ରବିଶ୍ୱବାସୀଙ୍କୁ ବିଚଳିତ କରିଛି। ସେମାନଙ୍କ ଦୟନୀୟ ଜୀବନ ଖୋଦ ଆକ୍ରମଣକାରୀ ରୁଷର ଲୋକମାନଙ୍କୁ ମଧ୍ୟ ଅସହ୍ୟ କରିଛି। ଯୁଦ୍ଧକୁ ବିରୋଧ କରି ସେଠାରେ ଆନ୍ଦୋଳନ ହୋଇଥିଲା ବେଳେ ଏବେ ସବୁଠୁ ସର୍ବୋଚ୍ଚ ରାଙ୍କର ଜଣେ ଅଧିକାରୀ ସରକାରରୁ ଇସ୍ତଫା ଦେଇଛନ୍ତି। ଯୁଦ୍ଧକୁ ବିରୋଧ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ଆନାଟୋଲି ଚୁବାଇସ୍‌ ନିଜ ପଦରୁ ବୁଧବାର ଇସ୍ତଫା ଦେଇଛିନ୍ତି। ଏପରି ସେ ଦେଶ ଛାଡ଼ିଦେଥିବା ମଧ୍ୟ ଚର୍ଚ୍ଚା ହୋଇଛି।
ଆନାଟୋଲି ହେଉଛନ୍ତି ରୁଷର ଜଣେ ଉଚ୍ଚସ୍ତରୀୟ କୂଟନୀତିଜ୍ଞ। ଉନ୍ନତିମୂଳକ ପଦକ୍ଷେପ ଦିଗରେ ଅନ୍ତର୍ଜାତୀୟ ସଙ୍ଗଠନ୍ ସହ ଡିଲ ପାଇଁ କ୍ରେମିଲିନ୍‌ ପକ୍ଷରୁ ସ୍ୱତନ୍ତ୍ର ଦୂତ ଭାବେ ସେ ନିଯୁକ୍ତ ହୋଇଥିଲେ। ତେବେ ସେ ଚାକିରି ଛାଡ଼ି ତୁର୍କୀ ପଳାଇ ଯାଇତିବା କୁହାଯାଉଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୁଧବାର ତାଙ୍କୁ ତୁର୍କୀର ଏକ ଏଟିଏମ ଡ଼ିକଟରେ ଦେଖିବାକୁ ମିଳିଥିଲା। ତାଙ୍କ ଇସ୍ତଫାକୁ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ୟୁକ୍ରେନର ମାରିୟୁପୋଲ ଅକ୍ତିଆର ପାଇଁ ଚାଲିଛି ଘମାଘୋଟ ଯୁଦ୍ଧ। ମାରିୟୁପୋଲରେ ରୁଷୀୟ ସେନା ପକ୍ଷରୁ କରାଯାଇଥିବା ଦୁଇଟି ଶକ୍ତିଶାଳୀ ବୋମା ମାଡରେ ଥରିଉଠିଛି ପୁରା ସହର ।
ବିସ୍ଫୋରଣ ପରେ ୧ ଲକ୍ଷରୁ ଅଧିକ ଲୋକ ସେଠାରେ ଫସି ରହିଛନ୍ତି । ବର୍ତ୍ତମାନ ସେଠାରେ ଖାଦ୍ୟ, ପାନୀୟର ଘୋର ଅଭାବ ଦେଖାଦେଇଥିବା ବେଳେ କିଛି ଉଦ୍ଧାରକାରୀଙ୍କୁ ଋଷୀୟ ସେନା ଜୋରଜବରଦସ୍ତ ବନ୍ଦୀ କରି ରଖିଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ଗତକାଲି ଚେର୍ନୋବିଲ୍ ଆଣବିକ କେନ୍ଦ୍ର ନିକଟରେ ଥିବା ଏକ ଲ୍ୟାବକୁ ରୁଷୀୟ ସେନା ବିସ୍ଫୋରଣ କରି ଉଡାଇଦେଇଛନ୍ତି । ଏହାରିଭିତରେ ଯୁଦ୍ଧରେ ଏଯାଏଁ ୧୫ ହଜାର ଋଷୀୟ ସୈନ୍ୟ ପ୍ରାଣ ହରାଇଥିବା ୟୁକ୍ରେନ ଦାବି କରିଛି । ସେପଟେ ଯୁଦ୍ଧ ବନ୍ଦ କରିବାକୁ ହେଲେ ଋଷ ଉପରେ ଅଧିକ ଆର୍ଥିକ କଟକଣା ଲଗାଇବାକୁ ପଡିବ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି ।

ad-week
Leave A Reply

Your email address will not be published.