ଥମୁନି ହିଂସା, ପୁଣି ଆଉ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା

add-all

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ଦୁଇ ଦିନ ପୂର୍ବେ ବୀରଭୂମିରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସା ନିଆଁ ଥଣ୍ଡା ନପଡିଥିବା ବେଳେ ଏବେ ଆଉ ଜଣେ ଟିଏମ୍‌ସି ନେତାଙ୍କୁ ଏଠାରେ ହତ୍ୟା କରାଯାଇଛି।
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ଟିଏମ୍‌ସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଟିଏମ୍‌ସି ନେତାଙ୍କ ନାଁ ସହଦେବ ମଣ୍ଡଳ ବୋଲି କୁହାଯାଉଛି। ସେପଟେ ହୁଗଳିର ତାରକେଶ୍ୱରରେ ଜଣେ ତ୍ରୁଣମୂଳ ମହିଳା ନେତ୍ରୀଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା କରିଦେବାକୁ ଉଦ୍ୟମ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଟିଏମ୍‌ସି ନେତ୍ରୀ ରୂପା ସରକାରଙ୍କୁ ଗୁରୁତର ଅବସିଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଶ୍ଚିମବଙ୍ଗରେ ଗତ ମାସରେ ପୌର ନିର୍ବାଚନ ଥିଲା। ଏହାପରଠାରୁ ଲଗାତର ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହାପୂର୍ବରୁ ସୋମବାର ଦିନ ବୀରଭୂମି ରାମପୁରହାଟରେ ଟିଏମ୍‌ସିର ପଞ୍ଚାୟତ ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ବୀରଭୂମି ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ଦିନ କଥିତ ରୂପେ କିଛି ଘରେ ନିଆଁ ଲଗାଇଦିଆଯାଇଥିଲା। ଏଥିରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଏହି ମାମଲାରେ ବର୍ତ୍ତମାନ ଯାଏଁ ୨୩ ଲୋକଙ୍କୁ ଗିରଫ କରାଯାଇଛି। ଏହି ଘଟଣାପରେ ବାଗୁଟି ଗାଁରେ ଆତଙ୍କ ଖେଳିଯାଇଛି। ପୀଡିତଙ୍କ ପରିବାର ନିଜ ଘର ଛାଡି ପାଳୟାନ କରିଛନ୍ତି। ସେପଟେ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ଏନ୍‌ସିପିସିଆର୍‌ ତିନି ଦିନ ଭିତରେ ପଶ୍ଚିମବଙ୍ଗ ପୁଲିସ ଠାରୁ ତଦନ୍ତ ରିପୋର୍ଟ ମାଗିଛି।

ad-week
Leave A Reply

Your email address will not be published.