ଧାମନଗରରେ ଛୁରାମାଡ ଘଟଣା: ଉଠିଲା ୧୪୪ ଧାରା

ଭଦ୍ରକ : ଧାମନଗର ଏନଏସିର ୯ ନମ୍ବର ୱାର୍ଡରେ ଛୁରା ମାଡ ଘଟଣାରେ ଗୁରୁବାର ଲାଗୁ କରାଯାଇଥିବା ୧୪୪ ଆଜି ସକାଳ ୫ଟାରୁ ଉଠାଇ ଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତି ରହିଛି ଏବଂ ସ୍ୱାଭାବିକ ହେଉଥିବା ପରିଲକ୍ଷିତ ହୋଇଛି। ବସ ଚଳାଚଳ ବି ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଗୁରୁବାର ଧାମନଗରରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା।ଛୁରାମାଡ ଘଟଣାକୁ ନେଇ ଧାମନଗର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ସହ ପୋଡାଜଳା କରିଥିଲେ। ଅନ୍ୟପଟେ ଛୁରାମାଡର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.