ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ରେଜିଷ୍ଟରରେ ବହୁ ବ୍ୟକ୍ତିଙ୍କ ନାଁ

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳୁନି ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ପତ୍ତା। ଠିକଣା ବଦଳାଉଛନ୍ତି ଶର୍ମିଷ୍ଠା। ତାଙ୍କୁ ଠାବ କରିବା ପାଇଁ ଗୋଟିଏ ଟିମ୍‌ ଭଦ୍ରକରୁ ତଦନ୍ତ ଆରମ୍ଭ କରିଥିବାବେଳେ ଅନ୍ୟ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଆଜି ଦ୍ୱିତୀୟ ଦିନରେ ବି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି।

କ୍ରାଇମବ୍ରାଞ୍ଚ DSP କଳ୍ପନା ସାହୁଙ୍କ ସହ ଚାନ୍ଦବାଲି SDPO ଓ ଆଇଆଇସି ମତୋ ଫାଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ଡାକି ପଚରାଉଚରା କରିଛି ଟିମ୍‌।

ଏପଟେ ପଦାକୁ ଆସିଲା ଦୟାଲ ଆଶ୍ରମର ସତ। ଶର୍ମିଷ୍ଠାଙ୍କ ରେଜିଷ୍ଟରରେ ବହୁ ବ୍ୟକ୍ତିଙ୍କ ନାଁ ରହିଛି। କ୍ରାଇମବ୍ରାଞ୍ଚର ତନାଘନା ବେଳେ ରେଜିଷ୍ଟରରୁ ଦିଲ୍ଲୀପ ଖଟେଇଙ୍କ ନାଁ ସାମ୍ନାକୁ ଆସିଛି। ଶର୍ମିଷ୍ଠା ରାଉତ, ଝୁନା ଭୋଇ, ପ୍ରମୋଦ ନାୟକ, ଅଂଶୁମାନ ପାଢି ଓ ସୁଜାତା ପାଣିଗ୍ରାହୀଙ୍କ ନାଁ ମଧ୍ୟ ରହିଛି। ଅଗଷ୍ଟରୁ ଜାନୁୟାରୀ ଯାଏଁ ରେଜିଷ୍ଟରର ପୃଷ୍ଠାକୁ ବାଦ୍‌ ଦେଲେ ବାକି ପୃଷ୍ଠା ଗୁଡିକୁ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦିଲ୍ଲୀପ ଖଟେଇ? ଦିନ ସାରା କାହିଁ ସେ ଆଶ୍ରମରେ ରହୁଥିଲେ। ତଦନ୍ତକାରୀ ଟିମ୍‌ ଆଶ୍ରମ ଭିତରୁ ଏକ ଡାଏରୀ ଜବତ କରିଛି। ଯେଉଁଥିରେ ଅନେକ ବଡବଡିଆଙ୍କ ନାଁ ରହିଛି। ଡାଏରିରେ ଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବ। ।

ad-week
Leave A Reply

Your email address will not be published.