ଏପ୍ରିଲରୁ ମହଙ୍ଗା ହେବ ଔଷଧ

add-all

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ପାଳି ଔଷଧର। ଏପ୍ରିଲରୁ ବଢ଼ିବାକୁ ଯାଉଛି ମେଡିସିନ୍‌ ଦର। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ। ତେବେ ଗୁରୁତ୍ୟପୂର୍ଣ୍ଣ କଥା ହେଉଛି ଏହା ମଧ୍ୟରେ ରହିଛି ଘରେ ଘରେ ବ୍ୟବହାର ହେଉଥିବା ପାରାସିଟାମଲ ମେଡିସିନ୍‌। ଦେଶ କୋଭିଡ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍‌ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍‌ ୧୦% ବଢ଼ିବ ବୋଲି ଜଣାପଡିଛି।
ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ ରେ ଅନୁରୂପ ଅବଧିରେ ବର୍ଷ ୨୦୨୧ ପାଇଁ ହୋଲସେଲ୍ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି। ସାଧାରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏହି ଔଷଧ ଗୁଡିକର ମୂଲ୍ୟ ଏପ୍ରିଲ ୧ ରୁ ୧୦.୭ ପ୍ରତିଶତ ବୃଦ୍ଧି ପାଇବ।
ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ, ଡାଇବେଟିସ୍, କର୍କଟ, ହେପାଟାଇଟିସ୍, କିଡନୀ ଏବଂ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଦମ୍‌ ବର୍ଦ୍ଧିତ ହେବାକୁ ଥିବା ଔଷଧ ମଧ୍ୟରେ ପାରାସିଟାମଲ ବ୍ୟତୀତ ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ୮୭୫ଟି ଔଷଧ ସାମିଲ ରହିଛି।
ଯେଉଁ କମ୍ପାନୀଗୁଡିକ ଔଷଧର ଜାତୀୟ ତାଲିକାର ଅଂଶ ନୁହଁନ୍ତି, ସେମାନଙ୍କୁ ଔଷଧ ମୂଲ୍ୟ ବାର୍ଷିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ, ଫାର୍ମାସ୍ୟୁଟିକାଲ୍ ବଜାରର ୩୦ପ୍ରତିଶତରୁ ଅଧିକ ପ୍ରତ୍ୟକ୍ଷ ମୂଲ୍ୟ ନିୟନ୍ତ୍ରଣରେ ଅଛି।

ad-week
Leave A Reply

Your email address will not be published.