କେନ୍ଦୁଝରରେ ବିଜେଡିକୁ ମାତ୍ ଦେଲା ବିଜେପି, ଜିତିଲା ପୌରାଧ୍ୟକ୍ଷ ପଦ

add-all

କେନ୍ଦୁଝର୨୬।୦୩: କେନ୍ଦୁଝରଗଡ଼ ପୌରପାଳିକାରେ ବିଜେପିର ଚେୟାରମ୍ୟାନ୍ ପ୍ରାର୍ଥୀ ନିକୁ ସାହୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅର୍ଚ୍ଚନା ରାଉତଙ୍କଠୁ ୩୯୧୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ୨୧ଟି ୱାର୍ଡ଼ ମଧ୍ୟରୁ ବିଜେଡ଼ି ୧୩ ଟି ୱାର୍ଡ଼ ଓ ବିଜେପି ୮ଟି ୱାର୍ଡ଼ରେ ବିଜୟଲାଭ କରିଛନ୍ତି । ନିର୍ବାଚନ ଜିତିବା ପରେ ନିକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କେବଳ କେନ୍ଦୁଝର ପୌରାଞ୍ଚଳରେ ପ୍ରମୁଖ ଦୁଇଟି ସମସ୍ୟା ହେଉଛି ହୋଲ୍ଡିଂ ଟ୍ୟାକ୍ସ ଅହେତୁକ ବୃଦ୍ଧି ଏବଂ ଡ୍ରେନେଜର ବ୍ୟବସ୍ଥା। ତେଣୁ ସେ ପ୍ରଥମେ ଏହି ସମାସ୍ୟାର ସମାଧାନ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.