ବିଜେପି ଦର ବୃଦ୍ଧିର ବ୍ରାଣ୍ଡ ଆମ୍ବାସଡର: ଥରୁର

add-all

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଟ୍ୱିଟ୍ କରି କହିଛନ୍ତି, କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢାଇଛି। ନିର୍ବାଚନ ପରେ ତେଲ ଦର ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ଟିକସ ଓ ଦର ହେରଫେର କରିବା ହେଉଛି ଏହି କେନ୍ଦ୍ର ସରକାରର ବ୍ରାଣ୍ଡ ଆମ୍ବାସଡର ତଥା ପରିଚୟ। ଯାହା ସାଧାରଣ ନାଗରିକଙ୍କ ପାଇଁ ଅପମାନ।
ରବିବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୦ ପଇସା ଓ ୫୫ ପଇସା ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ଗୋଟିଏ ଦିନକୁ ଛାଡି ଦେଲେ ବାକି ଦିନରେ ତେଲ ଦର ବଢି ଚାଲିଛି । କ୍ରମାଗତ ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୫ଥର ବଢିଛି।
ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୧୩.୮୮ ଟଙ୍କା ଓ ୯୮.୧୩ ଟଙ୍କା ରହିଛି। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କାରେ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ସେପଟେ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। କଂଗ୍ରେସ ମାର୍ଚ୍ଚ ୩୧ରୁ ଏପ୍ରିଲ ୭ଯାଏ ଦେଶବ୍ୟାପୀ ‘ଦରବୃଦ୍ଧିକୁ ନେଇ ସାରା ଭାରତରେ ପ୍ରତିବାଦ କରିବ। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେଓ୍ୱାଲା ପ୍ରତିବାଦ ବାବଦରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.