ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ ବସ୍

add-all

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା।

କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇଆସୁଛି। ଯାହାଦ୍ୱାରା ଜନସାଧାରଣଙ୍କ ନିତିଦିନିଆ ଯାତ୍ରାରେ ବେଶ୍ ସହାୟକ ହେଉଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଜାରୀ ରହିଛି କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ।

ad-week
Leave A Reply

Your email address will not be published.