ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ୮ ଜଣିଆ ଗୃହ କମିଟି ଗଠନ

add-all

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,କଂଗ୍ରେସ ବିଧାୟକ ନରସିଂହ ମିଶ୍ର,ଦେବୀ ମିଶ୍ର ,ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ରହିଛନ୍ତି ।

ଏହି ଟିମ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବେ ।ସୂଚନା ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିରେଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ନାନା କଥା କହୁଥିବା ବେଳେ । ବିଧାନସଭା ଗୃହ ଏନେଇ ସରଗରମ ହୋଇଥିଲା ।

ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।ହେଲେ ଆଜି ବିଧାନସଭା ଅଧିବେସନ ଚାଲିଥିବା ବେଳେ ବାଚସ୍ପତି ଏକ ଟିମ୍ ଗଠନ କରିଛନ୍ତି ।ପୁରୀ କରିଡର ପ୍ରକଳ୍ପର ସମୀକ୍ଷା କରିବା ପାଇଁ ଏହି ଟିମ୍ ଯିବ ।

ad-week
Leave A Reply

Your email address will not be published.