ଜଳସେଚନ ପ୍ରକଳ୍ପରେ ଅନିୟମିତତା : ସିଏଜି

add-all

ଭୁବନେଶ୍ବର: ଜଳସେଚନ ପ୍ରକଳ୍ପରେ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ୫ ଲକ୍ଷ ହେକ୍ଟର ଜଳସେଚନ ପାଇଁ ୧୨,୭୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଜଳସେଚିତ ହୋଇଛି ମାତ୍ର ୧ ଲକ୍ଷ ୨୨ ହଜାର ହେକ୍ଟର ଜମି। ଯାହାକି ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୪ ପ୍ରତିଶତ।

ସେହିପରି ରେଙ୍ଗାଲି ପ୍ରକଳ୍ପ ପ୍ରକଳ୍ପ ଲାଗି ସମୟ ସୀମା ଥିଲା ୧୩ ବର୍ଷ କିନ୍ତୁ କାର୍ଯ୍ୟକ୍ଷମ ହେବାକୁ ଲାଗିଛି ୪୩ ବର୍ଷ । ପ୍ରକଳ୍ପ କାମରେ ବିଳମ୍ବ ହୋଇଛି। ଏଥିସହ ଜମି ଅଧିଗ୍ରହଣ ଧିମା ହୋଇଛି। ଜଳସଚେନ ପ୍ରକଳ୍ପରେ ଅନିୟମିତତା ଓ ବିଳମ୍ବ ପାଇଁ ୫୫୫ କୋଟ କ୍ଷତି ହୋଇଥିବା ସିଏଜି କହିଛନ୍ତି। ପ୍ରକଳ୍ପ ପାଇଁ କ୍ଷତିପୂରଣ ରାଶି ୨୮୨ କୋଟି ଦିଆଯାଇଥିଲା। କିନ୍ତୁ ବିନିଯୋଗ ପ୍ରମାଣ ପ୍ରତ୍ର ମାତ୍ର ୭୦.୯୩ କୋଟିର ଦିଆଯାଇଥିବା ସିଏମଜି ପ୍ରକାଶ କରିଛନ୍ତି।ସେହିପରି ଉଠାଜଳସେଚନ ପ୍ରକଳ୍ପରେ ମଧ୍ୟ ଅନିୟମିତତା ହୋଇଛି। ଢେଙ୍କାନାଳରେ ୧୭ରୁ ୧୨ ପ୍ରକଳ୍ପ ଅଚଳ ବୋଲି ସିଏଜି ଦର୍ଶାଇଛନ୍ତି।

ad-week
Leave A Reply

Your email address will not be published.