ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ

add-all

ଭୁବନେଶ୍ୱର: ରାଜ୍ୟପାଳଙ୍କ ମୁହଁରେ ବନ୍ଦେ ଉତ୍କଳ ଜନନୀ । ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ । କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସଂଗୀତରେ ହ୍ୟୁମାନ ସାଗର, ଦୀପ୍ତି ରେଖା ମଧ୍ୟ କଣ୍ଠ ଦାନ କରିଛନ୍ତି । ବିଜୟ ମଲ୍ଲଙ୍କ ଲିରିକ୍ସରେ ସଂଗୀତକୁ ସୁରରେ ସଜାଇଛନ୍ତି ମ୍ୟୁଜିକ ମାଷ୍ଟ୍ରୋ ପ୍ରେମାନନ୍ଦ। ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ବିଶିଷ୍ଟ ବଂଶୀବଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.