ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

add-all

ସୁନ୍ଦରଗଡ଼ : ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଭାଲୁଗାଡ଼ ଗାଁର ଝିଅ ଅପର୍ଣ୍ଣା ପାଣ୍ଡେ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପଟୁଆଡିହି ହଷ୍ଟେଲରେ ରହୁଥିଲେ। ତେବେ ଆଜି ହଷ୍ଟେଲ ଛାତରୁ ଖସି ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ଛାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପଟୁଆଡ଼ିହି ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀ ଜଣଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଯୌନ ନିର୍ଯ୍ୟାତନା ସହିନପାରି ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଟାଉନ ଥାନା ପୁଲିସ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ , ସହକାରୀ ଶିକ୍ଷକ ସମେତ ଓ୍ୱାଡେନକୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଝିଅର ମୃତ ଖବର ଶୁଣି ମାଆ ଚେତା ରହୁ ନଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.