
ହିଞ୍ଜିଳିକାଟୁ, ୧/୪ : ମାର୍ଚ୧୭ ତାରିଖ ଠାରୁ ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ସରଧାପୁର ଗ୍ରାମ ପଡିଆ ପରିସରରେ ମଧୁସୁଦନ ପାଠାଗାର ୟୁଥ କ୍ଳବ ପକ୍ଷରୁ ଆୟୋଜିତ ମଧୁସୁଦନ ପାଠାଗାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉତ୍କଣ୍ଠାପୂର୍ଣ୍ଣ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସାତପାଣ୍ଡିଆ କ୍ରିକେଟ କ୍ଲବ, ଓ ସମରଝୋଳ କ୍ରିକେଟ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମେ ଟସ ଜିତି ସାତପାଣ୍ଡିଆ ଦଳ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୮୧ ରନ କରିଥିଲା। ଜବାବରେ ସମରଝୋଳ ୮ଓଭରରେ ୮ୱିକେଟ ହରାଈ ୪୦ ରନ ସଂଗ୍ରହ କରି ପରାଜୟ ସ୍ବିକାର କରିଥିଲା ।ଫାଇନାଲ ମ୍ୟାଚରେ ସାତପାଣ୍ଡିଆ କ୍ରିକେଟ କ୍ଳବ ପ୍ରତିପକ୍ଷ ଦଳକୁ ହରାଇ ଚମ୍ପିଆନ ହାସଲ କରିଛି ।ସାତପାଣ୍ଡିଆ କ୍ରିକେଟ କ୍ଳବ ପକ୍ଷରୁ ଦଳର ୧୪ ଵଲରେ ୧୬ ରନ ସହ ୨ ୱିକେଟ ନେଈ ତିତିଲିଙ୍କୁ ମ୍ୟାନ ଅଫ୍ ଦି ସିରିଜ ଓ ମ୍ୟାନ ଅଫ୍ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ପ୍ରେସକ୍ଳଵର ସଭାପତି ଦୀତିକୃଷ୍ଟ ପଣ୍ଡା , ହିଞ୍ଜିଳିକାଟୁ ପୌରପରିଷଦର ୱାର୍ଡ ନଂ ୫ ର କାଉନସିଲର ତଥା ସାମ୍ବାଦିକ ବିଭୁପ୍ରସାଦ ପଣ୍ଡା ,ସାମ୍ବାଦିକ ବିଶ୍ବମ୍ବର ସାହୁ , ସାରୁ ସରପଁଚ ନିଳାଚଂଳ ସାହୁ ,ଶିକିରି ସରପଂଚ ସୁରେଶ କୁମାର ବରଡ,ଦାରୁଭଦ୍ରା ସରପଂଚ ଵିକାଶ ସେଠି ,ଫୁଟିଆପଦର ସରପଂଚ ସୁଦର୍ଶନ ରାଊତ,କଚୁଂରୁ ସରପଂଚ ମଦନ ମୋହନ ସେଠି ,ଵୁରୁପତା ବିଜୟ କୁମାର ଵେହେରା ଦୟାପଲ୍ଲୀ ସମିତି ସଭ୍ୟ ରାଜା ରାଓ, ଯୋଗଦେଇ ବିଜୟୀ ଓ ପରାଜୟ ଦଳକୁ ପୁରସ୍କୃତ କରିଥିଲେ । ଅମ୍ପାୟର ଭାବେ କେଦାର ନାୟକ ଓ ପଦ୍ମଲୋଚନ ପଟ୍ଟନାୟକ ମ୍ୟାଚ୍ ପରିଚାଳନା କରିଥିଲେ । ଅରୁଣ କୁମାର ସାହୁ ସ୍କୋରର ଓ ରଞ୍ଜିତ କୁମାର ମହାନ୍ତି ଧାରା ବିବରଣୀ ପ୍ରଦାନ କରିଥିଲେ । ଅତିଥି ଭାବେ ପ୍ରେସକ୍ଳଵ ସଦସ୍ୟ ବିଭୁପ୍ରସାଦ ପଣ୍ଡା ଯୋଗଦେଇ ସାତପାଣ୍ଡିଆ ଦଳର ତିତିଲି ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ ।ଉଦଯାପନୀ ମ୍ୟାଚ ରେ ମଧୁସୂଦନ ପାଠାଗାର ୟୁଯ କ୍ଳବ ସଦସ୍ୟ ତଥା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶିବଶଙ୍କର ନାୟକ, ଆର ରାଧାନାଥ, କୃଷ୍ଣ ଚନ୍ଦ୍ର ପଣ୍ଡା, ଶିବାନି ପାତ୍ର, ମନୋଜ ସେଠି, ଅଶୋକ ଵେହେରା, ଵଳରାମ ସାହୁ, ଏନ ଲାଛିଆ ଙ୍କ ସମେତ ଆୟୋଜକ ମଧୁସୂଦନ ପାଠାଗାର ୟୁଥ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ ।