ଅସ୍ଥାୟୀ କର୍ମଚାରୀ ଙ୍କ ଅନୁଦାନ ପ୍ରଦାନ ପାଇଁ ଦାବୀପତ୍ର

add-all

ହିଞ୍ଜିଳିକାଟୁ (୧/୪) : ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ରେ ଗତ ୨୨ ବର୍ଷ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ପ୍ରାୟ ୪୮ ଜଣ ଅସ୍ଥାୟୀ ଶିକ୍ଷକ ଓ ଅଣଶିକ୍ଷକ ଭିନ୍ନ ଭିନ୍ନ ପଦବୀରେ ନିୟୋଜିତ ରହି ନିରବିଛିନ୍ନ ଭାବେ ସମସ୍ତ ଦାୟିତ୍ଵ ସମ୍ପାଦନ କରି ଆସୁଛନ୍ତି । କିନ୍ତୁ ଓଡିଶା ସରକାରଙ୍କ ବିଭିନ୍ନ ଅନୁଦାନ ନିୟମ ୨୦୦୪, ୨୦୦୯ ୨୦୧୪ ସରକାରୀ ଆଦେଶ ଅନୁସାରେ ସେମାନଙ୍କ କୌଣସି ପଦବୀ ସରକାରୀ ସ୍ତରରେ ମଞ୍ଜୁର ହୋଇ ପାରୁନାହିଁ ।ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ମିଳୁଥିବା ସ୍ଵଳ୍ପ ବେତନରେ ସେମାନେ ଜୀବି କା ନିର୍ବାହ କରି ଆସୁଛନ୍ତି।ଇତି ମଧ୍ୟରେ ସରକାରୀ ଅନୁଦାନକୁ ଚାହିଁ ସମ୍ପୂ କ୍ତ ମହାବିଦ୍ୟାଳୟର ଜଣେ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗନ୍ନାଥ ପଣ୍ଡିତ ଦହନୀୟ ଅବସ୍ଥାରେ ଚିକିତ୍ସା ଅଭାବରୁ ମଧ୍ୟ ମୃତ୍ୟୁବରଣ କରି ସାରିଲେଣି। ଏହି ପରିପ୍ରେକ୍ଷୀରେ ୨୦୧୪ ସରକାରୀ ଆଦେଶକୁ କରି ସମ୍ପୂ କ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଆଧାର ୪୮ ଜଣ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପକ୍ଷରୁ ଗୁରୁବାର ଏକ ଦାବିପତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସେମାନେ ଅଧ୍ୟକ୍ଷଙ୍କ ଜରିଆରେ ସ୍ବାକ୍ଷର ସମ୍ବଳିତ ଏହି ଦାବିପତ୍ର ସୁନୀୟ ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା ଓ ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି ।ଏନେଇ ସେମାନେ ଗଞ୍ଜାମ ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ, ଶିକ୍ଷ ସଚିବଙ୍କ ସମେତ ୫ଟି ସଚିବଙ୍କୁ ଦାବିପତ୍ର ପ୍ରେରଣ କରି ଏଥୁପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.