
ବାଲିମେଳା (1/4) : ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଦିବସରେ ବାଲିମେଳା ଡାକ୍ତରଖାନାରେ ପରିଲକ୍ଷିତ ହୋଇଛି ଏକ ଅଭାବନୀୟ ଦୃଶ୍ୟ। ପ୍ରାୟ ୧୧,୦୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କେବଳ ଏହି ଗୋଟିଏ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଅଛି। Indoor ରୋଗୀ ମାନଙ୍କ ପାଇଁ ସର୍ବମୋଟ ୨ଟି ପ୍ରକୋଷ୍ଠ ଓ ୧ଟି ପ୍ରସବକାଳୀନ ଗୃହ ରହିଛି। ହେଲେ ପରିତାପର ବିଷୟ ଏହା ଯେ ଡାକ୍ତରଖାନାର Indoor ରେ ୬ଟି ମାତ୍ର ବେଡ୍ ଥିବା ବେଳେ ୨ଟି ମାତ୍ର ବେଡ୍ ପ୍ରସବକାଳୀନ ସେବା ନିମନ୍ତେ ଉଦ୍ଦିଷ୍ଟ ଅଛି। ଆଜି ମିଳିଥିବା ଚିତ୍ର ସ୍ପଷ୍ଟୀକରଣ ରଖୁଛି ଯେ ଗୋଟିଏ ବେଡ୍ ରେ ଦୁଇଟି ଲେଖାଏଁ ରୋଗୀ ଙ୍କୁ ସାଲାଇନ ଦିଆଯିବାର। ଯଦିଓ ଏହି ଦୃଶ୍ୟ ପ୍ରଥମ ନୁହଁ ତଥାପି ଡାକ୍ତରଖାନା କର୍ତ୍ତୃପକ୍ଷ ତଥା ଜିଲ୍ଲାପ୍ରଶାସନର ଘଟଣାକୁ ନେଇ ଉଦାସୀନତା ରହିଥିବା ଏ ଘଟଣାକୁ ସ୍ପଷ୍ଟ ବୟାନ କରୁଛି। ଅନ୍ୟ ପକ୍ଷରେ ବାସ୍ତବ ସ୍ଥିତି କିନ୍ତୁ କିଛି ଅଧିକ ବେଡ୍ ତଥା ଏକ ବୃହତ୍ ଜନସଂଖ୍ୟା କୁ ଦୃଷ୍ଟିରେ ରଖି ଡାକ୍ତରଖାନାର ଭିତ୍ତିଭୂମି ରେ ଉନ୍ନତିର ଆବଶ୍ୟକତା ରହିଛି। ଏଣୁ ସରକାର ତଥା ଜିଲ୍ଲାପ୍ରଶାସନ ଉକ୍ତ ଆବଶ୍ୟକତାକୁ ଅନୁଭବ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ଜୋର ଧରିଛି।