ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ହେଲା ଡିଫ୍ରିଜର ବ୍ୟବସ୍ଥା

add-all

ପୁରୀ: ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ଡିଫ୍ରିଜର ବ୍ୟବସ୍ଥା କରାଯାଇଛି। ଅନ୍ତିମ ସତ୍କାର ପାଇଁ କୌଣସି କାରଣ ବଶତଃ ବିଳମ୍ବ ହେଲେ ସଂପର୍କୀୟମାନେ ମୃତଦେହକୁ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେୟ ପ୍ରଦାନ କରି ଡିଫ୍ରିରେଜରରେ ରଖିପାରିବେ । ସ୍ୱର୍ଗଦ୍ଵାରରେ ଶବଦାହ ନିମନ୍ତେ ଆସୁଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ସେବା ପ୍ରଦାନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଉପ ଜିଲ୍ଲାପାଳ ଭବତାରଣ ସାହୁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସ୍ୱର୍ଗଦ୍ୱାର ସଂସ୍କାର ସେବକ ଓ ସ୍ୱର୍ଗଦ୍ଵାର କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.