ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ

add-all

ଛତ୍ରପୁର : ପଶ୍ଚିମବଙ୍ଗର ଦୀଘା ଠାରେ ଚାଲିଥିବା ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସେମିନାର “ପରିବର୍ତ୍ତନ” ରେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ କରାଯାଇଛି। ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ ନେତୃତ୍ବରେ ଆୟୋଜିତ ଏହି ବାର୍ଷିକ ସେମିନାରରେ ରୋଟାରୀର ଆନ୍ତର୍ଜାତିକ ସଭାପତିଙ୍କ ପ୍ରତିନିଧି ପିନାକୀ ଘୋଷ ରେଖାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହା ସହ ରେଖାଙ୍କୁ ଶ୍ରେଷ୍ଠ ଆଞ୍ଚଳିକ ସଂଯୋଜକ (ଜୋନାଲ କୋର୍ଡିନେଟର) ଭାବେ ମଧ୍ଯ ସମ୍ମାନିତ କରାଯାଇଛି। ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ ଶ୍ରୀମତୀ ରେଖାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଦା ବେଳେ ବର୍ଷ ସାରା ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣି ସ୍ବତନ୍ତ୍ର ଭାବେ ଛତ୍ରପୁର କ୍ଲବକୁ ସମ୍ମାନୀତ କରିଛନ୍ତି। ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ଝରଣା ପାଣି, ସାଧାରଣ ସମ୍ପାଦକ ଶ୍ରୀନିବାସ ପୃଷ୍ଟି, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଭବାନୀ ପ୍ରସାଦ ଚୌଧୁରୀ ପୁରସ୍କାର ପ୍ରଦାନ ବେଳେ ମଞ୍ଚରେ ଉପସ୍ଥିତ ଥିଲେ। ଅପ୍ରେଲ ୨ ଓ ୩ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ୧୨୫ଟି କ୍ଲବର ୫ ଶହ ପ୍ରତିନିଧି ଯୋଗ ଦେଇଛନ୍ତି।

ad-week
Leave A Reply

Your email address will not be published.