ବନ୍ଧା ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

add-all

ସୁନ୍ଦରଗଡ଼ : ଗିରଫ ହେଲେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ନିରୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ। ବନମାଳୀ ନାଏକଙ୍କ ପାଖରୁ ୨କୋଟି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ଖବର ଅନୁଯାୟୀ, ଶନିବାର ସୁନ୍ଦରଗଡ଼ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା। ସୁନ୍ଦରଗଡସ୍ଥିତ ଅଫିସ, ତଳଶଙ୍କରା ମୌଜାରେ ଦୁଇଟି ୩ ମହଲା ବିଶିଷ୍ଟ ଘର, ତଳଶଙ୍କରା ମୌଜାରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ଼ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ଼ ଲେଫ୍ରିପଡ଼ା ସରେଇକେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୨ କୋଟି ୭୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି ।

ad-week
Leave A Reply

Your email address will not be published.