ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’

add-all

ନୂଆଦିଲ୍ଲୀ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ, ୧୮୪୭ ମସିହାରେ ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ଜୀବନୀ, ସଂଗ୍ରାମ ଓ ଐତିହାସିକ ପାଇକ ବିଦ୍ରୋହ ଉପରେ ଆଧାର କରି ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’ର ଏକ ସ୍ପେଶାଲ ସ୍କ୍ରିନିଂ (ସୋମବାର) ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଛି | ନୂଆଦିଲ୍ଲୀର ୧ ମହାଦେବ ରୋଡ୍‌ସ୍ଥିତ ଫିଲ୍ମ ଡିଭିଜନ ଅଡିଟୋରିୟମରେ ରାତି ୮ଟା ସମୟରେ ଅନୁଷ୍ଠିତ ‘ବିଦ୍ରୋହୀ’ର ଏହି ସ୍ପେଶାଲ ସ୍କ୍ରିନିଂରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି |
ଉଲ୍ଲେଖଯୋଗ୍ୟ, ବକ୍ସି ଜଗବନ୍ଧୁ ନାମରେ ଖ୍ୟାତ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ୧୮୪୭ ମସିହାରେ ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହର ପ୍ରମୁଖ ସଂଗ୍ରାମୀ ଥିଲେ। ସେ ରୋଧାଙ୍ଗର ଜମିଦାର ଥିଲେ ଏବଂ ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ସେନାପତି ଭାବରେ ମନୋନୀତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦେଶରେ ବ୍ରଟିଶ ସରକାରଙ୍କର ଅତ୍ୟଧିକ କର ବିରୋଧରେ ସ୍ୱର ଉତ୍ତୋଳନ ହୋଇଥିଲା। ଏବଂ ସେ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ଥିଲେ। ଇତିହାସ କହେ, ଦେଶରେ ବ୍ରଟିଶ ସରକାର ବିରୋଧରେ ବକ୍ସିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଥିଲା ସ୍ୱାଧୀନତା ହାସଲ ପାଇଁ ଆରମ୍ଭ ହୋଇଥିବା ବିପ୍ଳବର ପ୍ରଥମ ପାହଚ, ଯାହାର ସର୍ଦ୍ଦାର ଥିଲେ ବକ୍ସି ଜଗବନ୍ଧୁ।

ad-week
Leave A Reply

Your email address will not be published.