ମଥାରେ ତିଳକ ଲଗାଇ ଆସିଥିବାରୁ ଛାତ୍ରୀଙ୍କୁ ପିଟିଲେ ଶିକ୍ଷକ

add-all

ଜମ୍ମୁ: ମଥାରେ ତିଳକ ଲଗାଇ ଆସିଥିବାରୁ ଜଣେ ହିନ୍ଦୁ ଛାତ୍ରୀଙ୍କୁ ତାଙ୍କ ଶିକ୍ଷକ ନିର୍ଦ୍ଧୁମ ପିଟିଛନ୍ତି। ଜମ୍ମୁ କଶ୍ମୀର ରଜୌରି ଜିଲ୍ଲାରେ ଏକ ସ୍କୁଲରେ ଏହି ଘଟଣା ଘଟିଛି। ଏନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ମଥାରେ ତିଳକ ଲାଗାଇ ସ୍କୁଲ ଆସିଥିଲେ। ଏଥିରେ ରାଗିଯାଇ ତାଙ୍କୁ ଶିକ୍ଷକ ପିଟିଥିଲେ। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ନାସିର ଅହମ୍ମଦ। ରଜୌରି ଜିଲ୍ଲାର ଡେପୁଟି କମିଶନର ଅଭିଯୁକ୍ତ ଶିକ୍ଷକ ନାସିରଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶନାମାଟି ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଧାରା ୩୨୩, ୩୨୫, ୩୪୨ ଏବଂ ୫୦୬ ଲାଗିଛି। ଏଥିସହ ଜୁଭେନାଇଲ ଜଷ୍ଟିସ ଅନୁଯାୟୀ, ଧାରା ୨୩ ମଧ୍ୟ ଲାଗିଛି। ଏହି ଧାରା ଅନୁଯାୟୀ, ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ୬ ମାସ ଜେଲ ଦଣ୍ଡାଦେଶ ଏବଂ ଜୋରିମାନା ବ୍ୟବସ୍ଥା ରହିଛି।
ତେବେ ପିଲାଟିକୁ କାହିଁକି ମାଡ଼ ମରାଯାଇଥିଲା ଏହି ଅଭିଯୋଗର ସତ୍ୟତା ଅଛି କି ନାହିଁ ସେନେଇ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରଜୌରି ଏସପି ମୋହଦ ଆସଲାମ ଚୌଧୁରୀ କହିଛନ୍ତି ଯେ, ଆମେ ଏହି ଅଭିଯୋଗକୁ ଗୁରୁତର ସହ ନେଇଛୁ । ସମ୍ପୃକ୍ତ ଛାତ୍ରୀ ଜଣକୁ ମାଡ଼ ମରାଯାଇଥିବା ଏବଂ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.