ସାମ୍ବାଦିକଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣା : ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ନିନ୍ଦା, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ…

add-all

ଛତ୍ରପୁର : ବାଲେଶ୍ୱର ଜ଼ିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣାକୁ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବୀ କରାଯାଇଛି । ସାମ୍ବାଦିକଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ। କିନ୍ତୁ ଏକ କୁଖ୍ୟାତ ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କୁ ବେଡ଼ି ପକାଯିବା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।ଏହି ଘଟଣାକୁ ନେଇ ଆଜି ଛତ୍ରପୁର ପ୍ରେସ କ୍ଳବ ର ସମସ୍ତ ସଦସ୍ୟ ଘୋର ନିନ୍ଦା କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହା ଉପରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରେସ କ୍ଲବ ପକ୍ଷରୁ ଦାବି ହୋଇଛି

ad-week
Leave A Reply

Your email address will not be published.