
ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ କୁମାର ବେହେରାକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୬୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନ ଅନାଦେୟ। ପ୍ରସନ୍ନକୁ ଆଉ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ଵତନ୍ତ୍ର ପୋସ୍କ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ। ଘଟଣା ଅନୁସାରେ ୮ ବର୍ଷିୟା ପୀଡ଼ିତା ଘଟଣା ଦିନ ସକାଳ ପ୍ରାୟ ୯ଟାରେ ନିଜ ଗ୍ରାମର ନଳକୂପ ରେ ଗାଧୋଉ ଥିବା ସମୟରେ ଅଭିଯୁକ୍ତ ପ୍ରସନ୍ନ କୁମାର ବେହେରା ମୁହଁରେ ଗାମୁଛା ବାନ୍ଧି ଏବଂ ପିଡିତାର ପାଟି ବନ୍ଦ କରି ସେଠାରୁ ସେ ପିଡିତାକୁ ଜୋର ଜବରଦସ୍ତ ନିଜ ଘରକୁ ଟେକି ନେଇ ପିଡିତାକୁ ଉଲଗ୍ନ କରି ତା ଘରେ ରଖିଥିବା କଙ୍କାଳ ଓ ଖପୁରୀକୁ ମୁଣ୍ଡିଆ ମାରି ବାକୁ କହିଥିଲେ ତାପରେ ଅଭିଯୁକ୍ତ ନିଜେ ଉଲଗ୍ନ ହୋଇ ପିଡିତାକୁ ତଳେ ଶୁଆଇ ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏଥି ସହ ପାଟି କଲେ ତଣ୍ଟି କାଟି ମାରିଦେବାକୁ ପିଡିତାକୁ ଧମକ ଦେଇଥିଲେ। ପିଡିତାକୁ ଖୋଜି ନପାଇ ବାରୁ ପରିବାର ଲୋକେ ଏବଂପୀଡ଼ିତାର ପିତା ଗତ ୦୪/ ୭/୨୦୧୮ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ।ତା ଅଭିଯୋଗ ଅନୁସାରେ ଖଜୁରିପଡା ପୋଲିସ ଏକ ମାମଲା ୫୪/୨୦୧୮ ପୋସ୍କ ? ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।