ବିଏମ୍‌ସି ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ମଞ୍ଜୁଲତା କହଁର

add-all

ଭୁବନେଶ୍ବର : ପୁଣି ମହିଳାଙ୍କୁ ଉପରେ ଆଶା ପ୍ରକଟ କଲେ ସୁପ୍ରିମୋ।ବିଏମ୍‌ସି କର୍ପୋରେସନ ଇତିହାସରେ ଚତୁର୍ଥ ଥର ପାଇଁ ଜଣେ ମହିଳା ଡେପୁଟି ମେୟର ଭା​‌ବେ ଦାୟିତ୍ବ ସମ୍ଭାଳିବେ । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଡେପୁଟି ମେୟର ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର। ଖୁବ୍‌ଶୀଘ୍ରର ଡେପୁଟି ମେୟର ଭାବେ ଶପଥ ଗ୍ରହଣ କରିବା ସହ ଦାୟ୍ବିତ ସମ୍ଭାଳିବେ ୨୨ ନମ୍ବର ୱାର୍ଡ କର୍ପୋରେଟର ପ୍ରାର୍ଥୀ ମଞ୍ଜୁଲତା କହଁର ।

ସୂଚନା ମୁତାବିକ, ଶନିବାର ଦିନ ସାଢ଼େ ୧୦ଟାରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତା କହଁର ନାମାଙ୍କନ ଦାଖଲ କରିଥିଲେ। ବିରୋଧି ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ୨୨ ନମ୍ବର ୱାର୍ଡ କର୍ପୋରେଟର ପ୍ରାର୍ଥୀ ଡେପୁଟି ମେୟର ଭାବେ ନିଦ୍ୱର୍ନ୍ଦ୍ୱରେ ବିଜୟ ମୁକୁଟ ପିନ୍ଧିଥିଲେ ମଞ୍ଜୁଲତା କହଁର।

ଚଳିତ ବିଏମ୍‌ସି ନିର୍ବାଚନରେ ବିଜେଡିରୁ ୪୮, ବିଜେପିରୁ ୧୦ ଓ ସ୍ୱାଧୀନରୁ ୯ଜଣ କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହାଭିତରେ ଦୁଇ ସ୍ୱାଧୀନ ପ୍ରାର୍ଥୀ ବିଜେଡିରେ ମିଶିଥିଲେ। ବିଜେଡି ପାଖରେ ଏବେ ୫୦ କର୍ପୋରେଟର ରହିଥିଲେ। ଏଣୁ ଡେପୁଟି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା କହଁର ଏକପାଖିଆ ଭାବେ ଜିତିଥିଲେ।

ad-week
Leave A Reply

Your email address will not be published.