ମୋଦୀ ଓ ବାଇଡ଼େନଙ୍କ ଭିତରେ ଭର୍ଚୁଆଲ ବୈଠକ କାଲି

add-all

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ରୁଷରୁ ତୈଳ କ୍ରୟ ନକରିବାକୁ ଭାରତ ଉପରେ ଆମେରିକା ଚାପ ପକାଉଥିବା ବେଳେ ଏବେ ଦୁଇ ଦେଶ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଏହି ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ, ଆସନ୍ତା ସପ୍ତାହରେ ଆମେରିକା ଏବଂ ଭାରତ ମଧ୍ୟରେ ୨+୨ ଆଲୋଚନା ମଧ୍ୟ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଅଂଶଗ୍ରହଣ କରିବେ।
ତେବେ ଦୁଇ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ଦକ୍ଷିଣ ଏସିଆ ଓ ଏସିଆ-ପ୍ରଶାନ୍ତ ମହାସାଗରରେ ସାମ୍ପ୍ରତିକ ବିକାଶ ଉପରେ ମତ ବିନିମୟ କରିବେ ବୋଲି କୁହାଯାଉଛି।
ଏହା ପୂର୍ବରୁ ଗତ ଦେଢ଼ ମାସ ମଧ୍ୟରେ ଅନେକ ଦେଶର ଶୀର୍ଷ ସ୍ତରର ନେତାମାନେ ଭାରତ ଆସିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଭାରତ ଆସିଥିଲେ। ଭାରତ ଗସ୍ତ ସମୟରେ ‌ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଥିଲେ।

ad-week
Leave A Reply

Your email address will not be published.