ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଓ ବିଲାୱାଲ୍‌ ଭୁଟ୍ଟୋ ବୈଦେଶିକ ମନ୍ତ୍ରୀ ହେବାର ସମ୍ଭାବନା

add-all

ନୂଆଦିଲ୍ଲୀ: ନୱାଜ୍‌ ଶରିଫ୍‌ଙ୍କ ଭାଇ ଶେହ୍‌ବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି। ଇମ୍ରାନ୍‌ ଖାଁଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌’ (ନୱାଜ୍‌) ପାର୍ଟିର ଶରିଫ୍‌ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ତାଙ୍କୁ ହିଁ ବିରୋଧୀମାନେ ପ୍ରଧାନମନ୍ତ୍ରୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଚିହ୍ନଟ କରିଛନ୍ତି।
ସେହିପରି, ‘ପାକିସ୍ତାନ୍‌ ପିପୁଲସ୍‌ ପାର୍ଟି’ର ମୁଖ୍ୟ ବିଲାୱାଲ୍‌ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି। ପୂର୍ବରୁ ‌ଶେହବାଜ୍‌ ତିନିଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିଲେ।
‘ଜିଓନିଉଜ୍‌’ ରିପୋର୍ଟ କରିଛି, ଉଡ଼ା ଖବର ଅନୁସାରେ, ବିଲାୱାଲ୍‌ ଭୁଟ୍ଟୋ-ଜର୍ଦାରି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି ପାଇବେ। ବିଲ୍‌ୱାଲ୍‌ ଭୁଟ୍ଟୋ ହେଉଛନ୍ତି ପାକିସ୍ତାନର ଦିଂବଗତା ମୁଖ୍ୟମନ୍ତ୍ରୀ ବେନଜିର୍‌ ଭୁଟ୍ଟୋ ଏବଂ ପ୍ରାକ୍ତନ ରାଷ୍ଟ୍ରପତି ଅସିଫ୍‌ ଅଲି ଜର୍ଦାରିଙ୍କ ପୁତ୍ର। ଏହି ସୂତ୍ରରେ ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍‌ ଅଲି ଭୁଟ୍ଟୋଙ୍କ ନାତି। ଶନିବାର ଦିନ ବିତର୍କରେ ସେ ପାର୍ଲାମେଣ୍ଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଥିଲେ ଯେ, ‘ପିଟିଆଇ’ ସରକାରଙ୍କୁ ହଟାଇବା ଲାଗି କରାଯାଇଥିବା ‘ତଥାକଥିତ ବିଦେଶୀ ଷଡ଼ଯନ୍ତ୍ର’ ସଂକ୍ରାନ୍ତରେ ହୋଇଥିବା ‘ଜାତୀୟ ନିରାପତ୍ତା କମିଟି’ ବୈଠକରେ ସେ କାହିଁକି ଉପସ୍ଥିତ ନ ଥିଲେ।

ad-week
Leave A Reply

Your email address will not be published.