
କଟକ: ଗତକାଲି କଟକ ଯୋବ୍ରା ନିକଟ ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇଥବଲେ ତିନି ଯୁବକ । ଜଣେ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ ତେବେ ଉଦ୍ଧାର ହୋଇଥିବା ଚୂନଭାଟି ଚାରିଘରିଆର ସାହିଲ ଖାନ ନାମକ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆୟୁବ ଓ ରାଜ ନାମକ ଆଉ ୨ ଜଣ ନିଖୋଜ ଥିଲେ । ଆଜି ଆୟୁବ ର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ରାଜ ଏବେବି ନିଖୋଜ ଅଛନ୍ତି ।