ରାଜଧାନୀରେ ଯୁବକଙ୍କୁ ହତ୍ୟା , ସ୍ତ୍ରୀ ଓ ଶିଶୁ ଚିକିତ୍ସାଧିନ

add-all

ଭୁବନେଶ୍ୱର: ରାଜଧାନୀର ଚାତି ଉପରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭା, ସଚିବାଳୟ, ପୋଲିସ କମିଶନର ଅଫିସ ଠାରୁ ମାତ୍ର ୫୦ ରୁ ୧୦୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ଜଣାପଡ଼ିନାହିଁ।

ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ତାଙ୍କର ଏକ ଛୋଟ ପିଲାର ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରାଯାଇଥିବାର ସୂଚନା ରହିଛି। ମୃତକ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରନ୍ତି।
ଖବର ପାଇ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତଦେହକୁ ଉଦ୍ଧାର କରିଛି ବ୍ୟବଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି। ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.