‘କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ’; ଜେଏନୟୁ

add-all

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ଜବାହରଲାଲ ବିଶ୍ୱବିଦ୍ୟାଳୟ। ରବିବାର କ୍ଯାମ୍ପସର କାବେରୀ ହଷ୍ଟେଲରେ ଛାତ୍ରଙ୍କ ମଧ୍ୟରେ ହିଂସା ହୋଇଥିଲା। ଏହାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ପ୍ରଶାସନ କହିଛି ଯେ କ୍ୟାମ୍ପସରେ ହିଂସାକୁ ବରଦାସ୍ତ କରାଯିବ ନାହିଁ।

ବିଶ୍ୱବିଦ୍ୟାଳୟର କୁଳପତି ଛାତ୍ର ଛାତ୍ରୀମାନଙ୍କୁ ଶାନ୍ତି ପ୍ରତିଷ୍ଠା ବଜାଇ ରଖିବାକୁ ଅନୁରୋଧ କରିଛନ୍ତି। ନୋଟିସରେ କୁହାଯାଇଛି ଯେ ଜେଏନୟୁ ପ୍ରଶାସନ ସୂଚନା ପାଇଛି ଯେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ହେବା ସହ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ଗୁରୁତର ଭାବେ ନିଆଯାଇଛି।

କୁଳପତି ଏହି ଘଟଣାର ଦୃଢ଼ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କୌଣସି ପ୍ରକାର ହିଂସାକୁ ସମାଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି। କ୍ୟାମ୍ପସର ସିକ୍ୟୁରିଟିମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଏବଂ ଏଭଳି ଘଟଣାର ସୂଚନା ଆସିଲେ ତୁରନ୍ତ ଜଏନୟୁ ପ୍ରଶାସନକୁ ଅବଗତ କରାଇବା ପାଇଁ କୁହାଯାଇଛି।

ନୋଟିସରେ ଆହୁରି କୁହାଯାଇଛି ଯେ ଯଦି କୌଣସି ଛାତ୍ର ହିଂସାରେ ସାମିଲ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ବୁଶ୍ୱବିଦ୍ୟାଳୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଅନ୍ୟପଟେ ଏହି ମାମଲାରେ ଜେଏନୟୁ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ମଧ୍ୟ ବୟାନ ଜାରି କରିଛି। ସଂଘ କାବେରୀ ହଷ୍ଟେଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ଏବଂ କୁଳପତିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛି ।

ad-week
Leave A Reply

Your email address will not be published.