ତିରୁପତିରେ ଦଳାଚକଟା, ୩ ଗୁରୁତର

add-all

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳଚକଟା। ତିରପତି ଜିଲ୍ଲାର ତିରୁମାଲା ଭେଙ୍କେଟଶ୍ୱର ମନ୍ଦିରରେ ଦଳାଚକଟା ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି।
ଆଜି ସକାଳେ ସର୍ବଦର୍ଶନ ଟିକେଟ ନେବା ପାଇଁ ମନ୍ଦିରର ଟିକେଟ୍‌ କାଉଣ୍ଟରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହାପରେ ଠେଲାପେଲା ସ୍ଥିତି ଆରମ୍ଭ ହୋଇଥିଲା। ଏପରିକି ଶ୍ରଦ୍ଧାଳୁମାନେ ଦୌଡାଦୌଡି କରିବା ଆରମ୍ଭ କରିଥିଲେ।
ତିରୁମାଲା ତିରୁପତି ଦେବସ୍ଥାନମ୍‌ର ପିଆର୍‌ଓ ରବି କୁମାରଙ୍କ କହିବା ମୁତାବକ, ତିରୁପତି ଭେଙ୍କେଟଶ୍ୱର ମନ୍ଦିରରରେ ୩ଟି ଟିକେଟ୍‌ କାଉଣ୍ଟରରେ ପ୍ରବଳ ଭିଡ ଜମିଥିଲା। ଏହାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କୁ ସିଧା ଦର୍ଶନ ପାଇଁ ତିରୁମାଲା କମ୍ପାର୍ଟମେଣ୍ଟକୁ ଯିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଦଳଚକଟା ପରିସ୍ଥିତି ଆରମ୍ଭ ହୋଇଥିଲା। ତେବେ ତିନି ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସ୍ଥିତି ସାମାନ୍ୟ ଥିବା ସେ କହିଛନ୍ତି।
ସୂଚନା ମୁତାବକ, ତିରପତିର ତିରୁମାଳା ଭେଙ୍କେଟଶ୍ୱର ମନ୍ଦିରରେ ସର୍ବଦର୍ଶନମ୍‌ ଟିକେଟ ସୁବିଧା ଜରିଆରେ ସମସ୍ତଙ୍କୁ ମାଗଣା ଦର୍ଶନ ମିଳିଥିାଏ। ତେବେ ଏଥିରେ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡେ। ମଗଣା ଦର୍ଶନ ସୁବିଧା ଯୋଗୁଁ ଏଠାରେ ପ୍ରାୟତଃ ପ୍ରତିଦିନ ଲମ୍ବା ଲାଇନ୍‌ ଲାଗେ। ସପ୍ତାହର ଭିନ୍ନ ଭିନ୍ନ ଦିନରେ ଏଠାରେ ସର୍ବଦର୍ଶନମ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଏ।

ad-week
Leave A Reply

Your email address will not be published.