ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍‌ସ’ର ଓପିଡି ସେବା

add-all

ଭୁବନେଶ୍ବର: ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ବର ଏମ୍‌ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍‌ ଫ୍ରାଇଡେ୍‌ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ। ଏମ୍‌ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍‌ ଜାରି ହୋଇଛି।

ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ (ଗୁରୁବାର)ରେ ମହାବୀର ଜୟନ୍ତୀ ପାଳନ ହେବ। ଏପ୍ରିଲ ୧୫ ତାରିଖ (ଶୁକ୍ରବାର) ଗୁଡଫ୍ରାଇଡେ ରହୁଛି। ତେଣୁ ଏହି ଦୁଇ ଦିନ ଏମ୍‌ସର ବର୍ହିବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରୋଗୀଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ଓ ୧୫ ତାରିଖରେ ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ।

ad-week
Leave A Reply

Your email address will not be published.