ସେଟେଲମେଣ୍ଟ କାର୍ଯ୍ୟାଳୟର ଟିଣ ଉଡି ରେକର୍ଡ ରୁମରେ ପାଣି

add-all

ଫୁଲବାଣୀ : ଗତ ଶୁକ୍ରବାରଦିନ ହୋଇଥିବା ଉପରବେଳା ବର୍ଷା ପବନରେ ଉଡିଯାଇଛି ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟର ଛପର । ସରକାରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଖର୍ଚ୍ଚ ହେଉଛି ଅଥଚ ଫୁଲବାଣୀ ସେଟେଲମେଣ୍ଟ କାର୍ଯ୍ୟାଳୟ ପ୍ରତି କାହାର ନଜର ପଡୁନି ।ଉଣେଇସି ଶହ ମସିହାରୁ ଥିବା ଟିଣ ଛପର ଘରରେ ଆଜିବି ଚାଲିଛି ସେଟେଲମେଣ୍ଟ କାର୍ଯ୍ୟାଳୟ। ପୁରୁଣା ଶୈଳୀରେ ଥିବା ଆସବାବପତ୍ର।ସବୁ ବିଭାଗ  କୋଠା ଘର ସହ ଏସି ରୁମ  ହୋଇଥିବା ବେଳେ ଫୁଲବାଣୀ ସେଟେଲମେଣ୍ଟ ବିଭାଗରେ ବୁଲୁଛି ପୁରୁଣା କାଲିଆ ପଙ୍ଖା। ପ୍ରାୟ ଶହେ ବର୍ଷ ତଲର ବହୁ ପୁରୁଣା ରେକର୍ଡ ଗୁଡିକ ଅଛି ।ବର୍ଷା ପାଣି ପଡି ତିନ୍ତିବା ଫଳରେ ଏବେ ରେକର୍ଡ ରୁମରେ ଥିବା ବହୁ ବର୍ଷର ଜରୁରୀ ଫାଇଲ ସବୁକୁ ପଲିଥିନ ଘୋଡାଇ ରଖାଯାଇଛି । ବର୍ଷା ପାଣି ପଡି କିଛି ରେକର୍ଡ ନଷ୍ଟ ବି ହୋଇଯାଇଛି କୁଆଡେ ।ଜରୁରୀ ସରକାରୀ ଫାଇଲକୁ ବିଭାଗ କର୍ମଚାରୀ ଓ ଅଧିକାରୀ କିଭଳି ଦାୟିତ୍ୱ ହୀନତା ଭାବେ ପୁରୁଣା ଆଜବେଷ୍ଟସ ଘରେ ରଖିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଆବଶ୍ୟକ ପଡିଲେ ଲୋକମାନେ ଏହି ରେକର୍ଡ ରୁମରୁ ଫାଇଲ ନେଉଥିଲେ । ତୁରନ୍ତ ମରାମତି କରି ଫାଇଲ ଗୁଡିକ ସୁରକ୍ଷିତ ଭାବେ ରଖିବା ପାଇଁ  ସର୍ବ ସାଧାରଣରେ ଦାବି ହେଉଛି।ବରିଷ୍ଠ ଆଇନଜୀବୀ ଭି ଭି ରାମ ଦାସ, ସତ୍ୟ ନାରାୟଣ ବେହେରା  ବରିଷ୍ଠ   ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକ, ନାରାୟଣ ସାହୁ, ସନ୍ତୋଷ କୁମାର ଦିଗାଲ ,କେ ପି ଏଫ ସଭାପତି ରାଧା ମୋହନ ମହାପାତ୍ର, ଜିଲ୍ଲା କନ୍ଧମାଳ ମିଡ଼ିଆ ଫୋରମର ସଭପତି ସୁନିଲ ବିଶ୍ୱାଳ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା,  ପ୍ରମୁଖ ପ୍ରଶାସନକୁ  ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.