ଦୁଇ ଶିକ୍ଷକ ନିଲମ୍ବିତ

add-all

ଫୁଲବାଣୀ : ନିର୍ବାଚନ ପରିଚାଳନାରେ ଅବହେଳା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଶିକ୍ଷକ ଦୁଇଜଣ ହେଲେ ରାଇକିଆ ବ୍ଳକର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଓ କେ.ନୂଆଗାଁ ବ୍ଲକର ସହକାରୀ ଶିକ୍ଷକ ନବ କିଶୋର ଓଝା। ଗତ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ତୁଲାଇବା ସମୟରେ ଉଭୟ ଅନିୟମିତତା ଅବଲମ୍ବନ କରିବା ସହ ଆଦର୍ଶ ନିର୍ବାଚନ ଆଚରଣବିଧ ଉଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଉଭୟ ବୁଥ୍‌ରେ ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାଲେଟ୍ ପେପରକୁ ଉଦ୍ଦେଶ୍ୟ ମୂଳକ ଭାବେ ଭୁଲ୍ ଢଙ୍ଗରେ ମୋଡାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଅନୁଧ୍ୟାନ କରି ଜିଲ୍ଲାପାଳ ଡ.ବୃନ୍ଦା ଡି ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଜାରି କରିଛନ୍ତି।

ad-week
Leave A Reply

Your email address will not be published.