ତାରାତାରିଣୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନଙ୍କ ସେବା କଲେ ଛତ୍ରପୁରର ସ୍ବେଚ୍ଛାସବୀ

add-all

ଛତ୍ରପୁର : ଚୈତ୍ରମାସର ଶେଷ ପାଳିରେ ମଧ୍ୟ ପୂର୍ବପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା। ପୂର୍ବରୁ ଦୁଇ ପାଳିରେ ସାମାଜିକ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇଥିବା ଛତ୍ରପୁରର ସ୍ବେଚ୍ଛାସେବୀମାନେ ଆଜି ବି କରିଥିଲେ କିଛି ଏମିତି କାମ ଯାହାକି ସେମାନଙ୍କର ନିଃସ୍ୱାର୍ଥପର ସେବା ଭାବକୁ ଦର୍ଶାଇଥିଲା। ପୂର୍ବରୁ ତୃତୀୟ ପାଳିରେ ମନ୍ଦିର ନିକଟରେ ଜଳକଷ୍ଟକୁ ନଜର କରି ଛତ୍ରପୁରର ମୁରଲୀ ରେଡ୍ଡୀ ଓ ଉଗେଶ ରେଡ୍ଡୀ ଏହି ସମସ୍ୟାର ସମାଧାନ କରିବାକୁ ଚିନ୍ତା କରିଥିଲେ ଓ ଅନ୍ୟ ସମାଜ ସେବା ମଧ୍ୟରେ ଉଦୁଉଦିଆ ଖରାରେ ଜଳଦାନ ଭଳି ସେବା କରିବାକୁ ଛତ୍ରପୁର ସ୍ବେଚ୍ଛାସେବୀମାନଙ୍କର ନେତୃତ୍ୱ ନେଉଥିବା ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଜଣାଇଥିଲେ ଓ ଭୁବନେଶ୍ୱରସ୍ଥିତ ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଏହାକୁ ସ୍ୱାଗତ ଜଣାଇ କେମିତି ସୁଚାରୁ ବ୍ୟବସ୍ଥା ହେବ ତା’ର ବ୍ୟବସ୍ଥା କରିଥିଲେ।+

ସେହିପରି ପୂର୍ବପରି ଆଜି ଛତ୍ରପୁରର ପ୍ରାୟ ଷାଠିଏଜଣ ଉତ୍ସାହୀ ଯୁବକମାନେ ସେବା କାର୍ଯ୍ୟ କରିବାକୁ ଭୋର ୪ଟା ସମୟରେ ପବିତ୍ର ମନ୍ଦିରରେ ପହଞ୍ଚି ଲୋକଙ୍କୁ ଧାଡିରେ ଛିଡା କରାଇ ଶୃଙ୍ଖଳିତ ଦର୍ଶନ କରାଇବା, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ମନ୍ଦିର ନିକଟରେ ମାଙ୍କଡ଼ମାନଙ୍କ ଉତ୍ପାତକୁ ନଜରରେ ରଖି କିଛି ସ୍ବେଚ୍ଛାସେବୀ ଲୋକଙ୍କୁ ସଚେତନ କରିବା ସହ ମାଙ୍କଡ଼ ଆକ୍ରମଣରୁ ବଞ୍ଚାଇଥିଲେ ଓ ପ୍ରଶାସନ ତଥା ପୋଲିସ ବିଭାଗର ପ୍ରଶଂସା ସାଉଁଟିଥିଲେ। ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ମହାରଣା, ଡ଼ି ସନ୍ତୋଷ ରେଡ୍ଡୀ, ରବି ରାଓ, ଚେନୟା ରେଡ୍ଡୀ, ସିଏଚ ଦିନୁ, ଆର ସୁମନ, ସୀମାଞ୍ଚଳ, ଚିନା, ଚନ୍ଦୁ ଆଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.