ତୁମ୍ବାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

add-all


ପାତ୍ରପୁର : ପାତ୍ରପୁର ବ୍ଳକ ତୁମ୍ବା ଠାରେ ମିଶନ ଶକ୍ତି, ଉତ୍କଳମଣି ଯୁବକ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ ୧୦୩ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ।୨୫ ଜଣଙ୍କୁ ପରଳ ଚିହ୍ନଟ ପରେ ଚିକିତ୍ସା ପାଇଁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ପଠାଯାଇଛି। ଏହି କାର୍ଯ୍ୟକ୍ରମ ରେ ତୁମ୍ବା ରୁ ପ୍ରଦୀପ ବିଷୋୟୀ, ହିମାଂଶୁ ରାଉଳ, ସଂଯୁକ୍ତା ପଟ୍ଟନାୟକ, ସୁଜାତା ଆଚାରୀ, ସୁରେଶ ବିଷୋୟୀ, ଶିବ ପ୍ରସାଦ ପ୍ରଧାନ ପ୍ରମୁଖ ଙ୍କ ସମେତ ଯୁବଗୋଷ୍ଠୀ , ଗ୍ରାମବାସୀ ସହଯୋଗ କରିଥଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ନଳିନୀ କାନ୍ତ ରାଉତ, ଭାଗ୍ୟଲତା ଗୌଡ, ସାଗର ମହାନ୍ତି, ଇପିଲି ସାକିଲି ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.