ଶ୍ରୀକାକୁଲମଠାରେ ଟ୍ରେନ ଦୁର୍ଘଟଣାରେ ଭଞ୍ଜନଗର ଅଞ୍ଚଳ ଗୁଜୁରାଳି ଗ୍ରାମର ଯୁବକ ଗୁରୁତର ଆହତ

add-all

ଭଞ୍ଜନଗର:- ଗତକାଲି ରାତି ୧୦ଟା ସମୟରେ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ର ଜିତୁ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଗୁଜୁରାଳି ଗ୍ରାମର ଜିତୁ ନାୟକ ପିତା ଅଭି ନାୟକ ଗତ କିଛି ମାସ ହେବ ରୋଜଗାର ଆଶା ରେ ତାମିଲନାଡୁ ଯାଇଥିଲେ ବାହାଘର ଥିବାରୁ ସେ ଟ୍ରେନ ଯୋଗେ ଫେରୁଥିଲେ । ଶ୍ରୀକାକୁଲମ ନିକଟସ୍ଥ ଏକ ଷ୍ଟେସନ ପାଖରେ ସିକନ୍ଦ୍ରାବାଦ ରୁ ଗୁଆହଟି ଯାଉଥିବା ଟ୍ରେନ ଅଟକିଥିଲା ସେହି ସମୟରେ କିଛି ଯାତ୍ରୀ ଟ୍ରେନ ରୁ ଓଲ୍ହାଇ ଟ୍ରେନ ଲାଇନ ଉପରେ ଠିଆ ହୋଇଥିବା ବେଳେ ଭୁବନେଶ୍ୱର ରୁ ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଧକ୍କା ଦେବାରୁ ଘଟଣାସ୍ଥଳରେ ପାଞ୍ଚ ଜଣ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ ଜିଲ୍ଲା ଗୁଜୁରାଳି ଗ୍ରାମର ଜିତୁ ନାୟକ ଗୁରୁତର ଆହତ ହୋଇ ଶ୍ରୀକାକୁଲମ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ଠାରୁ ଖବର ପାଇ ପରିବାର ଲୋକେ ଶ୍ରୀକାକୁଲମ ଠାରେ ପହଁଚିଥିବା ଜଣାପଡିଛି। ଗ୍ରାମବାସୀ ତଥା ବାରୁଡା ସରପଞ୍ଚ ଆଶୁ ଆରୋଗ୍ୟ କାମନା କରିବା ସହ ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.