ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଦୃକୁମ୍ପା ପଞ୍ଚାୟତ ସ୍ଥାନୀୟ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ମଡେଲିଙ୍ଗ କରାଯାଉଥିବା କାର୍ଯ୍ୟକୁ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ଓ ସମିତିସଭ୍ୟ ବୈଦ୍ୟନାଥ ବେହେରା ଆଜି ପରିଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି।ପଞ୍ଚାୟତ ନିର୍ବାଚନ ରେ ବିଜୟ ହେଲାପରେ ସୁଡୁକୁମା ଅଞ୍ଚଳକୁ ପ୍ରଥମ ପରିଦର୍ଶନ ହୋଇଥୁବାରୁ ଅଞ୍ଚଳ ବାସୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ, କମ୍ପୁଟରଗୃହ, ବିଜ୍ଞାନ ଗୃହ, ଶୌଚାଳୟ ବୁଲି ଦେଖିଲାପରେ ପାନୀୟଜଳ ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ ଓ ଛାତ୍ରଛାତ୍ରୀ ଙ୍କ ଡାଇନିଂ ନଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟାନ ଭୋଜନ ଖାଉଥିବାରୁ ଏହାକୁ ମଧ୍ଯ କେମିତି ହୋଇପାରିବ ଆଲୋଚନା କରାଯାଇ ଥିଲା। ଅତିଥ୍‌ ମାନେ ମଧ୍ୟାନ ଭୋଜନ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ ।ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବିଡିଓ ରବୀନ୍ଦ୍ରନାଥ କହଁର,ଜଳ ପରିମଳ ଯତ୍ନୀ ମନୋଜ କୁମାର ଦାସ,ସୁଡୁକୁମ୍ପା ସ୍ଥାନୀୟ ସରପଞ୍ଚ ଦଶରଥ ଜାନୀ,ୱାଡ଼ ମେମ୍ବର ଲକ୍ଷ୍ମୀକାନ୍ତ କର,ପାତିଆମ୍ବା ୱାଡ଼ ମେମ୍ବର ବସନ୍ତି ନାୟକ, ଠିକାଦାର ପ୍ରସନ୍ନ ସାହୁ,ବୁଦ୍ଧିଜୀବୀ ରାଜେନ୍ଦ୍ର କୁମାର ସାହୁ,ଦେବେନ୍ଦ୍ର ମହାନ୍ତିସୁଡ୍ରେଜୁ ସମିତିସଭ୍ୟ,ମେଟ ସଚିନ୍ଦ୍ରଜନୀ,ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.