ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ

add-all

ଦିସପୁର: ଆସାମର ୪ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆସାମ ମେଡିକାଲ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ପ୍ରଶାନ୍ତ ଡିହିଙ୍ଗିଆ ଏହି ସୂଚନା ଦେଇଛନ୍ତି। ଡାକ୍ତର ପ୍ରଶାନ୍ତଙ୍କ କହିବା ଅନୁଯାୟୀ, ମୃତକମାନେ ବିଷାକ୍ତ ଛତୁ ଖାଇଥିଲେ। ସେମାନଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି। ଉପର ଆସାମର ୪ଟି ଜିଲ୍ଲା ଚରାଇଦେଓ, ଦିବୃଗଡ଼, ଶିଭସାଗରଏବଂ ତିନସୁକିଆ ଜିଲ୍ଲାରେ ବିଷାକ୍ତ ଛତୁ ଖାଇ ଗତ ୫ଦିନ ମଧ୍ୟରେ ୩୫ ଜଣ ଆସାମ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ସେମାନଙ୍କ ମଧ୍ୟରୁ ୫ ଦିନ ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଲାଣି। ସୋମବାର ୪ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ମଙ୍ଗଳବାର ୯ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ପୀଡ଼ିତମାନେ ସେମାନଙ୍କ ଘରେ ଭୁଲବସଃତ ବିଷାକ୍ତ ଛତୁ ଖାଇଥିଲେ। ସେମାନେ ସେହି ଛତୁ ଖାଇବା ପରେ ବାନ୍ତି କରିଥିଲେ। ଏହି ପୀଡ଼ିତାଙ୍କ ମଧ୍ୟରେ ୭ ଜଣ ପିଲା ମଧ୍ୟ ଅଛନ୍ତି। ଅଧିକାଂଶ ପୀଡ଼ିତ ଚାହା ବଗିଚାର କର୍ମୀଭାବେ କାର୍ଯ୍ୟ କରନ୍ତି।
ଡାକ୍ତର ପ୍ରଶାନ୍ତ କହିଛନ୍ତି ଯେ, ପ୍ରତି ବର୍ଷ ବିଷାକ୍ତ ଛତୁ ଖାଇ ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଜଙ୍ଗଲରୁ ତୋଳୁଥିବା ଏହି ଛତୁ ଗୁଡ଼ିକୁ ସେମାନେ ଚିହ୍ନଟ କରିପାରୁ ନଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.