ଛାୟାପଥରେ ପୃଥିବୀ ଭଳି ଘର ଖୋଜିବ ଚାଇନା

add-all

ନୂଆଦିଲ୍ଲୀ: ନୂଆ ଘର ଖୋଜିବ ଚାଇନା। ପୃଥିବୀ ତଥା ସୌରମଣ୍ଡଳ ବାହାରେ ସେ ଏହି ଦୁନିଆ ଖୋଜିବ। ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଘର ଖୋଜାଯିବ।
ରିପୋର୍ଟ ମୁତାବକ, ଅନ୍ତରୀକ୍ଷରେ ନିଜର ନୂଆ ଘର ଖୋଜିବାକୁ ଚାଇନା ଚନ୍ଦ୍ର ଓ ମଙ୍ଗଳ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଖୋଜର ନାମ “ଆରଥ୍-୨.୦”(ପୃଥିବୀ -୨.୦) ରଖାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଆମ ସୌରମଣ୍ଡଳ ତଥା ଛାୟାପଥରେ ପୃଥିବୀ ଭଳି ଏକ ରହିବଯୋଗ୍ୟ ଗ୍ରହ ଖୋଜି ବାହାର କରିବା। ଆସନ୍ତା ଦଶନ୍ଧି ଭିତେର ଚୀନ୍ ଏହି ବିପଦପୂର୍ଣ୍ଣ ଅଭିଯାନ କରିବାକୁ ଯୋଜନା ରଖିଛି। ଚାଇନିଜ୍ ଏକାଡମୀ ଅପ୍ ସାଇନ୍ସ ଏହି ଡିଜାଇନ୍ ତିଆରି କରୁଛି। ଆସନ୍ତା ଜୁନରୁ ଅଭିଯାନ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚାଲିଛି। ଯଦି ସବୁକିଛି ଠିକଠାକ ଚାଲେ, ତାହାହେଲେ ଏହି ମିଶନ ପାଇଁ ଏକ ସାଟେଲାଇଟ୍‌ ପଠାଇବା ନିମେନ୍ତ ପାଣ୍ଠି ପ୍ରସ୍ତୁତ ହେବ।
ଉଚ୍ଚ କ୍ଷମତା ସମ୍ପନ୍ନ ଟେଲିସକୋପ୍‌ ଜରିଆରେ ମଣିଷ ବଞ୍ଚିବା ଯୋଗ୍ୟ ଗ୍ରହରେ ଗ୍ୟାସ୍ ଓ ଖଣିଜ ପଦାର୍ଥ ପ୍ରଭୃତିର ସନ୍ଧାନ କରିବ। ନାସାର କେପଲର ଟେଲିସକୋପଠାରୁ ୧୦୧୫ ଗୁଣା ଅଧିକ କ୍ଷମତା ସମ୍ପନ୍ନ ଟେଲିସକୋପ ଜରିଆରେ ଚୀନ୍ ସାଟେଲାଇଟ୍ ଏହି ସନ୍ଧାନ କରିବ। ୬ଟି ଟେଲିସକୋପ୍‌ ଏହାର ୫୦୦ ବର୍ଗ କ୍ଷେତ୍ର ଚାରିପାଖରେ ୧.୨ ନିୟୁତ ତାରା ଖୋଜିବ।
ସୂଚନାଯୋଗ୍ୟ ଯେ, ନାସା ନିଜ ପ୍ରୟାସରେ ଏ ପର୍ଯ୍ୟନ୍ତ ଅନ୍ତରୀକ୍ଷର ଛାୟାପଥରେ ୫୦୦୦ ବ୍ରହ୍ମାଣ୍ଡ ଠାବ କରିପାରିଛି। ଯାହା ଆମ ସୌରମଣ୍ଡଳ ବାହାରେ ସବୁଠାରୁ ବଡ଼ ସନ୍ଧାନର ତାଲିକା। ତେବେ ଚାଇନା ତା’ର ଅଭିଯାନ ଆରମ୍ଭ କରିବାର ମାତ୍ର ଅଳ୍ପ କିଛି ମାସ ଭିତରେ ୧୨ରୁ ଅଧିକ ପୃଥିବୀ ୨.୦ ଖୋଜି ବାହାର କରିବ ବୋଲି ଆଶା ରଖିଛି। ଆମେରିକା ଓ ୟୁରୋପ ହୁବଲ୍ ଟେଲିସକୋପଠାରୁ ଅଧିକ କ୍ଷମତାଶାଳୀ ଦ‘ ଜେମ୍ସ ୱେବ ସ୍ପେସ୍ ଟେଲିସକୋପକୁ ନେଇ ନୂଆ ଦୁନିଆ ଖୋଜୁଥିବା ବେଳେ ଚାଇନାର ନୂଆ ଅଭିଯାନ ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।

ad-week
Leave A Reply

Your email address will not be published.