ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

add-all

ଗଞ୍ଜାମ: ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଘେର କୈଫିୟତ ମାଗିଥିଲେ।

ସୂଚନାନୁଯାୟୀ, ତହସିଲଦାର ସରକାରୀ ଗାଡ଼ିରେ ଦ୍ରୁତଗତିରେ ସିପକୁଦା ଦେଇ ଯାଉଥିବା ସମୟରେ ବିଲରୁ ଫେରୁଥିବା ଯୁବକ ଅରଣ୍ୟ ନାହକ ଗାଡ଼ିଟିକୁ ଦ୍ରୁତ ଗତିରେ ଯାଉଥିବା ଦେଖି ହାତ ମାରି ଧିରେ ଚଲେଇବାକୁ କହିଥିଲେ।

ଏହାପରେ କିଛି ଦୂର ଚାଲିଯାଇଥିବା ତହସିଲଦାର ଗାଡ଼ି ପୁଣି ପଛକୁ ଫେରି, ଯୁବକକୁ କାହିଁକି ହାତ ଦେଖେଇଲୁ କହି ଗାଳି କରିଥିଲେ ଶେଷରେ ତହସିଲଦାର ଉତ୍‌କ୍ଷିପ୍ତ ହୋଇ ଯୁବକକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଲୋକ ଉତ୍ତେଜିତ ହୋଇ ତହସିଲଦାରଙ୍କୁ ଘେରି ଅଟକ ରଖିଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଘଟଣାସ୍ଥଳରେ ରମ୍ଭା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ତହସିଲଦାରଙ୍କୁ ଉଦ୍ଧାର କରିଥିଲା।

ପ୍ରକାଶଯୋଗ୍ୟ, ପୂର୍ବରୁ ତହସିଲଦାର ପେଟ୍ରୋଲ ପମ୍ପରେ ଜଣେ ଯୁବକଙ୍କୁ ଉଠ୍‌ବସ୍‌ କରାଇ ବିବାଦରେ ରହିଥିଲେ।

ad-week
Leave A Reply

Your email address will not be published.