ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

add-all

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ ମିଳିନାହିଁ। ଏହାକୁ ନେଇ ଏମ୍‌ପି ଅସନ୍ତୋଷ ପ୍ରକାଶ କରିବା ସହ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ହୋଇଛି ।

ପ୍ରତିବର୍ଷ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ଏମ୍‌ପିଙ୍କୁ ଆମନ୍ତ୍ରଣ କରାଯାଇଥାଏ । ହେଲେ ଚଳିତ ବର୍ଷ ତାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନିମନ୍ତ୍ରଣ କାର୍ଡରେ ନ ଥିବାକୁ ନେଇ ଅପରାଜିତା ପ୍ରଶ୍ନ ଉଠାଇଥିଲେ। ବହୁ ରାଜନେତା ଓ ଅଧିକାରୀଙ୍କୁ ପ୍ରତିଷ୍ଠା ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲେ ବି ତାଙ୍କୁ ଡକାଯାଇନାହିଁ। ଏହି ମହାନ ଦିବସ ଅବସରରେ ସେ ଉତ୍ସବରେ ଯୋଗଦେବାକୁ ଚାହୁଁଥିଲେ। ତାଙ୍କୁ କାହିଁକି ନିମନ୍ତ୍ରଣ କରାଗଲାନି, ତାଙ୍କର ଦୋଷ କ’ଣ ବୋଲି ଟୁଇଟ୍‌ କରି ସେ ପ୍ରଶ୍ନ କରିଥିଲେ । ଏନେଇ ସୋସିଆଲ ମିଡ଼ିଆରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଅପରାଜିତାଙ୍କୁ ଡାକିବା ଉଚିତଥିଲା ବୋଲି ସମସ୍ତେ କହିଛନ୍ତି ।

ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଡକାଯାଇନଥିବାରୁ ସେ ଚିଠି ଲେଖିଛନ୍ତି । ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କର ଅଧିକାର । ତେବେ ଏହା ସାମ୍ବିଧାନିକ ପଦବୀ ପାଇଁ ଅସମ୍ମାନ ବୋଲି ସେ କହିବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.