ବାଳିକା ଆତ୍ମରକ୍ଷା ତାଲିମ ଶିବିର ସମାପ୍ତ।

add-all

ମାଲକାନଗିରି (୧୩/୦୪) : ମାଲକାନଗିରି ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଆଜି ସମାପ୍ତ ହୋଇଯାଇଛି। କଲେଜର ଅଧକ୍ଷ ଅଶୋକ କୁମାର ଶଢଙ୍ଗୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ଉସ୍ତାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ପୌର ପରିଷଦର ଉପାଧ୍ୟକ୍ଷ କବିତା ମାହୁନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ। କଲେଜର ଅଧ୍ୟାପକ ଡ଼ଃ ରଂନଂ କୁମାର ସ୍ବାଇଁ ଉପସ୍ଥିତ ରହି ଛାତ୍ରୀମାନଙ୍କ ନିର୍ଭୀକ ଓ ସାହାସି ହେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଯୋଜନା ନମିତା ଦଣ୍ଡସେନା ଉପସ୍ଥିତ ରହି ଆତ୍ମରକ୍ଷା ତାଲିମର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ। କଲେଜର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଛାତ୍ରୀମାନଙ୍କୁ ଏଭଳି କାର୍ଯ୍ୟକ୍ରମ ରେ ଅଧିକରୁ ଅଧିକ ଯୋଗଦେଇ ପ୍ରଶିକ୍ଷଣ ନେବାପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ବାଳିକା ଆତ୍ମରକ୍ଷା ତାଲିମର ଜିଲ୍ଲା ନୋଡାଲ ଅଧିକାରୀ ପ୍ରେମରେଖା ଭଦ୍ରା ପରିଚାଳନା କରିଥିଲେ। ଆଜିର ଏହି ତାଲିମ ଶିବିରରେ ପ୍ରଶିକ୍ଷଣ ନେଇଥିବା ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ କୁ ମାନପତ୍ର ବଣ୍ଟନ କରାଯାଇଥିଲା। ଶେଷରେ ଜାତୀୟ ସେବା ସଂସ୍ଥାର ଯୋଜନା ଅଧିକାରୀ ପ୍ରମିୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.