ଛାତ୍ର ବିଜେଡ଼ି ପକ୍ଷରୁ ବୁର୍ଲା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର

add-all

ସମ୍ବଲପୁର (୧୪/୦୪) : ସମ୍ବଲପୁର ଛାତ୍ର ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ ଆନୁକୁଲ୍ୟରେ ବୁର୍ଲା ମେଡିକାଲ ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଛାତ୍ର ବିଜେଡ଼ି ମହାନଗର ନିଗମ ସାଧାରଣ ସମ୍ପାଦକ ମୋହିତ ଦାସ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ଯକାରୀ ସଭାପତି ସଞ୍ଜିତ୍ ମହାନ୍ତି ଉଦଘାଟନ କରି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ଶିବିରରେ ୭୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା | ଗ୍ରୀଷ୍ମ ଦିନରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ସମସ୍ୟାକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ମାନ ଲଗାତାର ଆୟୋଜନ କରାଯାଉଛି l ଆସନ୍ତା 17 ତାରିଖ ଦିନ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧ ଦିବସରେ ମଧ୍ଯ ସାରା ଓଡିଶାରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ଦଶ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଆଜିର ଏହି ରକ୍ତ ଶିବିରରେ ଛାତ୍ର ଜୋନ ସଭାପତି ମିଲନ ହୋତା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ମୋହିତ ଦାସ, ଡଃ ସଂଜୀବ ମିଶ୍ର, ଉପ ସଭାପତି ସୁମିତ ପଟେଲ, ଚୁମନ ପ୍ରଧାନ, କଳ୍ପନା ବେହେରା, ବଇଜୟନ୍ତି ପାଢୀ,ଜୟନ୍ତ ପଟ୍ଟନାୟକ, ବାପି ବେହେରା,
ଆଦିତ୍ୟ ଦଲେଇ, ଅଭିଜିତ ଦାସ, ସୌରଭ ସାମଲ, ମୌସୁନ ନନ୍ଦ, କୈଳାସ ପ୍ରଧାନ, ଧୀରେନ୍ଦ୍ର ଦେବତା, ଧୀରଜ ଯାଦବ, ଏମ୍ ଡି ଅନିଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରିଥିଲେ l

ad-week
Leave A Reply

Your email address will not be published.