ଯୁବପିଢି ପରମ୍ପରା ଓ ସଂସ୍କୃତି ପ୍ରତି ବୀତସ୍ପୃହ ହେବା ସମାଜ ପାଇଁ ମଙ୍ଗଳ କର ନୁହେଁ

add-all

ବ୍ରହ୍ମପୁର (୧୪/୦୪) : ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ, ହିନ୍ଦ୍ ମଜଦୂର ଓ କର୍ମଚାରୀ ସଙ୍ଘ ଓ ଭାରତୀୟ ତାଲିମ୍ ଓ ବିକାଶ ସମାଜ ମିଳିତ ଆନୁକୁଲ୍ୟରେ ଆମ୍ବେଦକର ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସ୍ଥାନୀୟ ସକଳେଶ୍ଵର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ପି. ସୂର୍ୟା ରାଓ, ସଭାପତି ଶ୍ରୀ ପ୍ରଶାନ୍ତ କୁମାର ନାୟକ, କର୍ପୋରେଟର ସବିତା ସାହୁ, ଡ଼. ନିରଞ୍ଜନ ପାଣିଗ୍ରାହୀ, ସଂଯୋଜକ ତଥା ପ୍ରାକ୍ତନ ବିଭାଗ ମୁଖ୍ୟ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଡ଼ ପ୍ରଦୀପ ଡାକୁଆ, ରାଜକିଶୋର ପଟ୍ଟନାୟକ, ପ୍ରାକ୍ତନ ଶିଳ୍ପ ପ୍ରଶାସକ ତଥା ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ, ଡ଼, ରାମହରି ଖଣ୍ଡୁଆଳ, ଶ୍ରୀ ଅଶୋକ ପାତ୍ର, ସମ୍ପାଦକ ପଦ୍ମ ଚରଣ ନାୟକ , ପୁର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁରେଶ ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଆମ୍ବେଦକରଙ୍କ ଜୀବନୀ, କାର୍ଯ୍ୟକଳାପ, ଭାରତୀୟ ସମ୍ବିଧାନ ପ୍ରତି ଅବଦାନ, ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ, ଦଣ୍ଡ ନାଚ, ହନୁମାନ ଜୟନ୍ତୀ ଆଦି ଉପରେ ସାର ଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସୂର୍ୟା ରାଓ ଆମ୍ବେଦକର ଙ୍କ ପ୍ରଶାସନିକ ଦକ୍ଷତା, ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ପ୍ରୟାସ କରିଥିବା ଦୁଃସାହସିକ ପଦକ୍ଷେପ ବିଷୟରେ କହିଥିଲେ | ଓଡ଼ିଆ ଙ୍କ ନବବର୍ଷ ଓ ପଣା ବିତରଣ ଉପରେ ସୂଚନା ଦେବାସହ ଆଜିର ଯୁବପିଢୀ ପରମ୍ପରା ଓ ସଂସ୍କୃତିକୁ ଭୁଲିଯିବା ମଙ୍ଗଳ କର ନୁହେଁ ବୋଲି କ୍ଷୋଭ ପ୍ରକାଶ କରି ଥିଲେ। ଏ ହାପରେ ଗଞ୍ଜାମ ଜିଲ୍ଲା ତରଫରୁ ମହାରାଷ୍ଟ୍ର ଥାଇ ବକ୍ସିଂ ରେ ଯୋଗଦାନ କରି ସ୍ଵର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ହାସଲ କରିଥିବା ୦୫ ଜଣ କ୍ରୀଡାବିତ୍ ଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ଏ ହିଁ କାର୍ଯ୍ୟକ୍ରମ ରେ ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ବଦ୍ରି ନାରାୟଣ ପାତ୍ର, ବିଶିଷ୍ଟସାମ୍ୱାଦିକ ସୂଦୀପ କୁମାର ସାହୁ ନରସିଂହ ଡାକୁଆ ,କଳିଙ୍ଗ ଆଶ୍ରମ ପ୍ରତିଷ୍ଠାତା ରମେଶ ଚନ୍ଦ୍ର ପଣ୍ଡା, ଆଦିତ୍ୟ ନାୟକ, ଚିତ୍ତରଞ୍ଜନ ସାମଲ, ଲକ୍ଷ୍ମୀ ମଞ୍ଜରୀ ଦେବୀ, ବୃନ୍ଦାବନ ବେହେରା, ମନୋଜ କୁମାର ବେହେରା, ଯତନ ଘଡେ଼ଇ, ରମେଶ ବାଙ୍ଗାରୀ, ସଞ୍ଜୀବ ରତନ, ପଞ୍ଚୁ ବେହେରା, ଶ୍ରମିକ ନେତା ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥଲେ। ସଂଘର ଉପ ସଭାପତି ବିଜୟ ଭାସ୍କର ବାଙ୍ଗାରି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.