ସରକାରଙ୍କ ଅବହେଳା ପାଇଁ କୋଭିଡ୍‌ରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି: ରାହୁଲ ଗାନ୍ଧି

add-all

ନୂଆଦିଲ୍ଲୀ: କୋଭିଡ୍‌ ଜନିତ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ସରକାରଙ୍କ ଅବହଳା ପାଇଁ କୋଭିଡ୍‌ ମହାମାରୀରେ ଦେଶରରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪ଲକ୍ଷ ଟଙ୍କା ଆର୍ଥିକ ସହୟତା ଦେବାକୁ ସେ ଦାବି କରିଛନ୍ତି। ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ଆକାଉଣ୍ଟରେ ନ୍ୟୁୟର୍କ ଟାଇମସ୍‌ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ସେୟାର କରିଛନ୍ତି।
ଯେଉଁଥିରେ କୋଭିଡର ବିଶ୍ୱସ୍ତରୀୟ ମୃତ୍ୟୁ ସଂଖ୍ୟା ଗଣତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରୟାସକୁ ଭାରତ ସହଯୋଗ କରୁନି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧି କହିଛନ୍ତି ଯେ, ମୋଦି କେବେ ସତ କୁହନ୍ତି ନାହିଁ କି ଅନ୍ୟମାନଙ୍କୁ ସତ କହିବାକୁ ଦିଅନ୍ତି ନାହିଁ। ସେ ଏବେବି ଅମ୍ଳଜାନ ଆଭବରୁ କାହାରି ମୃତ୍ୟୁ ଘଟି ନଥିବା କହୁଛନ୍ତି। ସେ କହିଛନ୍ତି ଯେ, ମୁଁ ଆଗରୁ କହିଛି ସରକାରଙ୍କ ଅବହେଳା ଯୋଗୁ ଦେଶରେ ୫ ଲକ୍ଷ ନୁହଁ ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି। ମୋଦି ତାଙ୍କ ଦାୟିତ୍ୱ ନିଭେବା ପାଇଁ ରାହୁଲ ଗାନ୍ଧି କହିଛନ୍ତି ।
ପ୍ରତି ମୃତକଙ୍କୁ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ। ତେବେ କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଦେଶରେ କୋଭିଡ୍‌ରେ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି।

ad-week
Leave A Reply

Your email address will not be published.