
ଚିକିଟି : ଚିକିଟି ବିଜୁ ଜନତା ଦଳ ତରଫରୁ ଉତ୍କଳ ର ବରପୁତ୍ର ତଥା ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏନ ଏସି କାର୍ଯ୍ୟାଳୟ ଠାରେ ସମସ୍ତ କାଉନସିଲର, ବିଜୁକର୍ମୀ, ଛାତ୍ର, ମହିଳା ସମେସ୍ତେ ଉପସ୍ଥିତ ହୋଇ ଓଡ଼ିଆ ଜାତିର ସ୍ୱାଭିମାନ, ମହାନ ଜନନାୟକ,ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ତୈଳ ଚିତ୍ରରେ ପୁଷ୍ପାର୍ପଣ ସାଙ୍ଗକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷା ଙ୍କ ସମେତ ସମସ୍ତ କର୍ମୀ ଓ ନେତା ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ରୋଗୀ ମାନଙ୍କୁ ପୁଷ୍ଟିକର ଫଳ ଓ ପାନୀୟ ବଣ୍ଟନ କରିଥିଲେ ।ତତ୍ ସହିତ ବାହିନୀ ପତି ସ୍ଥିତ ଶ୍ରୀ ଗୋପାଳକୃଷ୍ଣ ଅନାଥଶ୍ରମରେ ପହଞ୍ଚି ପିଲା ପିଲାମାନଙ୍କ ଗହଣରେ ସମୟ ବିତାଇବା ସହ ସେମାନଙ୍କୁ ଖାତା କଲମ ପ୍ରଦାନ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ଏହା ପରେ ଚିକିଟିପେଣ୍ଟ ସ୍ଥିତ ଷ୍ଟେଟବ୍ୟାଙ୍କ ନିକଟରେ ପହଞ୍ଚି ଜଳଛତ୍ର ଉଦଘାଟନ କରିବା ସହ ବାଟଇଙ୍କୁ ଜଳଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଚିକିଟି ବ୍ଲକ ଅଧକ୍ଷ ଆପ୍ପନା ସେଠୀ, ରାମଚନ୍ଦ୍ରପୁର ସରପଞ୍ଚ ଜି ଜ୍ୟୋତି ରେଡ୍ଡୀ, ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, ଯୁବ ନେତା ରଘୁନନ୍ଦନ ସାହୁ, ଧର୍ମା ସାହୁ, ପ୍ରଶାନ୍ତ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀଧର ସାହୁ,ପ୍ରମଦ ସାହୁ, ଦେଵପ୍ରିୟ, କାଳୀ ପ୍ରସାଦ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଜି ରାଜା ରେଡ୍ଡୀ,ସାରଥୀ ସୁବୁଦ୍ଧି, ଉମା ରେଡ୍ଡୀ, ଅଶୋକ ଦଳେଇ, କିଶୋର ପଣ୍ଡା,ଅକ୍ଷୟ ସାହୁଙ୍କ ସମେତ ସମସ୍ତ କାଉସିଲର ଏବଂ ଯୁବ, ଛାତ୍ର, ମହିଳା କର୍ମୀ ଉପସ୍ଥିତ ଥିଲେ।