
ଫୁଲବାଣୀ (୧୭ା୪) : କଳିଙ୍ଗ ଗୌରବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ ଏବଂ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟନ କରିଥିଲେ । ଶିବିରଟି ଡାକ୍ତର ସବିତା ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫୁଲବାଣୀ ରକ୍ତ ଭଣ୍ଡାରର ଏଲଟି ଶରତଚନ୍ଦ୍ର ଭଟ୍ଟ,ସୁଜିତ କୁମାର ସାହୁ,ପ୍ରଶାନ୍ତ କୁମାର ରତ୍ନାଲୁ ଏବଂ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ପୁନମ କହଁର ସର୍ଵ ପ୍ରଥମେ ରକ୍ତଦାନ କରିଥିଲେ। ଖଜୁରିପଡା ବ୍ଳକ ଅଧ୍ୟକ୍ଷା ଅନିମା କହଁର,ବିଜୁ ଜନତା ଦଳର ନଗର ସଭାପତି ସୁଧିର କହଁର,କାଉନସିଲର ରାଜେନ୍ଦ୍ର ପାଢୀ,ନଗର ଯୁବ ସଭାପତି ପାର୍ଥସାରଥି ବିଶ୍ୱାଳ,ଯୁବ ସଭାପତି ସୂନୀଲ ସେଠୀ,ସନ୍ଦୀପ ମହାନ୍ତି,ବିଜେଡ଼ି ଯୁବ ସଭାପତି ବିଷ୍ଣୁଚରଣ ମଲ୍ଲିକ,ଜଳନ୍ଧର ବେହେରା ଓ ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର,ବିଜେଡି ଛାତ୍ର ସଭାପତି ସୁନିଲ ସେଠୀଙ୍କ ସମେତ ଅନେକ ଦଳୀୟ କର୍ମିମାନେ ଯୋଗ ଦେଇ ଶିବିରରେ ସହାୟତା କରିଥିଲେ ।