ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲା ସଭାପତି ବିଧାୟକ ଓ କର୍ମୀଙ୍କୁ ଶପଥ ପାଠ ପଢ଼ାଇଲେ

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଆଜି ଜନ ନାୟକ, ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ଶ୍ରାଦ୍ଧବାର୍ଷିକୀ ରେ ବିଧାୟକ ଅଙ୍ଗଦ କଂହର, ପୂର୍ବତନ ବିଧାୟକ ଦେବେନ୍ଦ୍ର କଂହର, ବିଜେଡି ମହିଳା ସଭାନେତ୍ରୀ ପୁନମ କଂହର, ଖଜୁରୀପଡା ବ୍ଲକ ଅଧକ୍ଷା ଅନିମା କଂହର, ଯୁବ ବିଜେଡି ଛାତ୍ର ସଭାପତି ସୁନୀଲ ସେଠି, ମୁନିସିପାଲିଟି ଉପାଧ୍ୟାକ୍ଷା ପାୟଲ ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ,ଟୁନିସେଠି, ମାଧବୀ ମିଶ୍ର,ସମେତ ଅନ୍ୟ ତିନି କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମିତି ସଭ୍ୟ ଓ ଅଧକ୍ଷାଙ୍କୁ ଶପଥ ପାଠ କରାଇ ଥିଲେ! ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଶତାଧିକ ବିଜେଡି କର୍ମୀ ହାତ ଉଠାଇ ଶପଥ କରିଥିଲେ!କର୍ମୀ ନେତା ସମସ୍ତେ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା, ଦଳୀୟ ଶୃଙ୍ଖଳା କୁ ସମ୍ମାନ ଦେବା, ଅସହାୟ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା, ବିଜୁବାବୁ ଓ ନବୀନ ସରକାରଙ୍କ ଉନ୍ନୟନ ଓ ଲୋକ ହିତକର ଯୋଜନାଙ୍କୁ ଲୋକଙ୍କ ପାଖରେ ପହଂଚାଇବା, ଦଳୀୟ ଶୃଙ୍ଖଳା ରକ୍ଷା କରିବା, ଦଳୀୟ ସଂଗଠନକୁ ସୁଦୃଢ କରିବା ଓ ଦୁର୍ନୀତି ମୁକ୍ତ ହେବା ନେଇ ସରୋଜ କର୍ଣ ସମସ୍ତଙ୍କୁ ଶପଥ ପାଠକରାଇଥିଲେ!

ad-week
Leave A Reply

Your email address will not be published.