ଓଡ଼ିଶା ଡ୍ରାଇଭର ମହାସଂଘ, ବାଲିମେଳା ଶାଖା ପକ୍ଷରୁ ୧୦ ଦଫା ସମ୍ବଳିତ ଦାବିକୁ ନେଇ ରାସ୍ତା ଉପରେ ଗଣ ଧାରଣା

add-all

ବାଲିମେଳା :ଓଡ଼ିଶା ଡ୍ରାଇଭର ମହାସଂଘ ପ୍ରତି ହୋଇଥିବା ଅଣଦେଖାକୁ ନେଇ ରାଜ୍ୟ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ଓ ପ୍ରତିବାଦ ସୃଷ୍ଟି ହୋଇଛି । ସୂଚନା ଥାଉ କି ଗତ ବର୍ଷ ନଭେମ୍ବର/ଡିସେମ୍ବର ସମୟରେ ହୋଇଥିବା ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘର ଆନ୍ଦୋଳନ ପରେ ପ୍ରାୟ ୭୦,୦୦୦ ଡ୍ରାଇଭର ଭୁବନେଶ୍ୱର ଲୋୟର PMG ଠାରେ ଧାରଣା ଦେଇଥିଲେ। ତେବେ ସରକାର,ନିର୍ବାଚନ ଏଵଂ ଭୋଟ୍ ବ୍ୟାଙ୍କ୍ ସୁରକ୍ଷାକୁ ଦୃଷ୍ଟିରେ ରଖି ତତ୍କାଳୀନ ଦାବି ଗୁଡ଼ିକ ମଧ୍ୟରୁ ଯଦିଓ କିଛି ପ୍ରମୁଖ ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏ ଯାବତ୍ ଆନୁଷ୍ଠାନିକ ଭାବେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହାକୁ ଭିତ୍ତି କରି ଗତ ସପ୍ତାହରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ କି ସ୍ପଷ୍ଟ ଭାବେ ସରକାରଙ୍କୁ ଖୋଲା ଚେତାବନୀ ଦିଆ ଯାଇଥିଲା ଯେ ତୁରନ୍ତ ଦେଇଥିବା ପ୍ରତିଶୃତି ପୂରଣ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ,ଅନ୍ୟଥା ପୁନଶ୍ଚ ବିଧାନସଭା ଅଭିମୁଖେ ଚାଳକ ମହାସଂଘ ଆନ୍ଦୋଳନ କରି ଆଗେଇ ଆସିବ। ଏହା ସତ୍ତ୍ଵେ ମଧ୍ୟ ଘଟଣାକୁ ନେଇ ସରକାର ନୀରବଦ୍ରଷ୍ଟା ସାଜିଥିବା ବେଳେ ପ୍ରଶାସନିକ ସ୍ତରରେ ଚାଳକ ମାନଙ୍କ ପ୍ରତି ରହିଥିବା ଉଦାସୀନତା ପରିଷ୍କାର ଭାବେ ଜଣାପଡିଛି। ଏଣୁ ପ୍ରେସ ବିଜ୍ଞପ୍ତି ମୁତାବକ ଆଜି ପୁନଶ୍ଚ ଭୁବନେଶ୍ୱର ରେ ବିଶାଳ ଧରଣର ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିବା ସମୟରେ ବାଲିମେଳା ଶାଖା ତରଫରୁ ସଭାପତି ନାରାୟଣ ଖିଲ ଏବଂ ଜ୍ୟୋତିମୟୀ ମଣ୍ଡଳଙ୍କ ନେତୃତ୍ୱରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ ଡ୍ରାଇଭର ଉକ୍ତ ଦଶ ଦଫା ସମ୍ବଳିତ ଦାବିପତ୍ର ମୁତାବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାବୀ ପୂରଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ନାରା ଦେଇ ସ୍ଥାନୀୟ ଗୋପବନ୍ଧୁ ଛକ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.